ପ୍ରେମୀ ଯୁଗଳଙ୍କ ପାଇଁ ଦିନଟିଏ ଭାଲେଣ୍ଟାଇନ୍ ଡେ । ନିଜର ମନ କଥା କହିବାକୁ ପ୍ରେମୀ ଯୁଗଳ ଏକାଠି ହେଇଥାନ୍ତି ବିଭିନ୍ନ ହୋଟେଲ୍, ପାର୍କ, ସିନେମା ହଲ ରେ । କିନ୍ତୁ ଏହି ପାଶ୍ଚାତ୍ୟ ସଭ୍ୟତାକୁ ଘୋର ବିରୋଧ କରିଛି କଳିଙ୍ଗ ସେନା । ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଆଜି ଟ୍ୱିନସିଟିରେ ଭାଲେଂଟାଇନ ଡେକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ଏବଂ ବିରୋଧ କରୁଥିବା ବେଳେ ଉତ୍ତେଜନାକୁ ନଜରରେ ରଖି ବରମୁଣ୍ଡା ସ୍ଥିତ କଳିଙ୍ଗ ସେନା ଅଫିସ ରୁ 30 ରୁ ଊର୍ଧ୍ୱ କଳିଙ୍ଗ ସେନା କର୍ମୀଙ୍କୁ ପୋଲିସ ଉଠେଇନେଇ ଗିରଫ କରିଛି ।
ଏହା ସହିତ ବିଭିନ୍ନ ହୋଟେଲ ଓ ପାର୍କରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ବୋଲି ପୋଲିସ ତରଫରୁ ସୂଚନା ଦିଆଯାଇଛି ।