ସେସୁ କର୍ତ୍ତୃପକ୍ଷ -କର୍ମଚାରୀ  ଟଣା ଓଟରା : କଳା ବ୍ୟାଜ ପିନ୍ଧି ଅଭିନବ ଉପାୟରେ ପ୍ରତିବାଦ ଜଣାଇଲେ ସେସୁ କର୍ମଚାରୀ

ପଦାରେ ପଡିଛି ସେସୁ କର୍ତ୍ତୃପକ୍ଷ ଏବଂ  କର୍ମଚାରୀ  ଙ୍କ ଭିତିରି କଥା , ପାଞ୍ଚ ବର୍ଷ ତଳେ ସେସୁ ରେ  ଆର୍ଥିକ କ୍ଷତି ଦର୍ଶାଇ  କର୍ମଚାରୀ ପୋଷ୍ଟିଙ୍ଗ ଦେବା ବଦଳରେ ପାଖାପାଖି ଚଉଦ ଟି ଡିଭିଜନ କୁ ଘରୋଇ କମ୍ପାନୀ  ଯଥା ଫେଡ଼କୋ , ଏନଜେନ, ଏସୟୁପିଏଲ ,ଆରୟୁପିଏଲ  ହାତକୁ  ଟେକିଦିଅଯାଇଥିଲା I 


ଫ୍ରାଞ୍ଚାଇଜ  ଗୁଡିକ ଆର୍ଥିକ କ୍ଷତି  କମାଇବା ବଦଳରେ ଆର୍ଥିକ କ୍ଷତି ର ପରିମାଣ ବଢେଇବାରେ ଲାଗିଛନ୍ତି ,ଉତ୍ତମ ଗୁଣବତ୍ତା ସେବା ବଦଳରେ ଉପଭୋକ୍ତା ଙ୍କୁ ଶୋଷଣ କରିବାରେ ଲାଗିଥିଲେ ମଧ୍ୟ କିଛି ସେସୁ କର୍ତ୍ତୃପକ୍ଷ କୋଟି କୋଟି ଟଙ୍କାର ମୁନାଫା ନେଇ କ୍ଷତି କରୁଥିବା ଫ୍ରାଞ୍ଚାଇଜ ଗୁଡିକର ବିନା ଟେଣ୍ଡର ରେ ଚୁକ୍ତି ର ମୀଆଦ ବଢାଇବାରେ ଲାଗିଛନ୍ତି I


 କିଛି କମ୍ପାନୀ କୋଟି କୋଟି ଟଙ୍କା ବାଟ ମାରଣା କରିଥିଲେ ମଧ୍ୟ ସେସୁ କର୍ତ୍ତୃପକ୍ଷ  କେବଳ ନିରବ ଦ୍ରଷ୍ଟା ସାଜିଛି  I 


ଫ୍ରାଞ୍ଚାଇଜ କାର୍ଯ୍ୟ ଯଥା ବିଦ୍ୟୁତ ଶୁକ୍ଳ ଆଦାୟରେ  କର୍ମଚାରୀ ସହଯୋଗ ନକଲେ କର୍ମଚାରୀ ଙ୍କ ପ୍ରତି  ବିହିତ ପଦକ୍ଷେପ ନିଆଯିବ ବୋଲି କର୍ମଚାରୀ ଙ୍କୁ  ସେସୁ କର୍ତ୍ତୃପକ୍ଷ ବାଧ୍ୟ କରିବା  କୁ  କେନ୍ଦ୍ରୀୟ ବିଦ୍ୟୁତ କର୍ମଚାରୀ ମିଳିତ ସମନୋୟ ସମିତି  ତରଫରୁ ଘୋର ବିରୋଧ କରାଯିବା ସହିତ ଆଜି ସମସ୍ତ ସେସୁ ଡିଭିଜନ ଅଫିସ ରେ କଳା ବ୍ୟାଜ ପିନ୍ଧି ଅଭିନବ ଉପାୟରେ ପ୍ରତିବାଦ କରିଥିଲେ I

Leave a Reply

Your email address will not be published. Required fields are marked *