କଟକ ଚୌଦ୍ବାର  ସେସୁ ଗ୍ରିଡ୍ ଷ୍ଟୋରରେ ଭୟଙ୍କର  ଅଗ୍ନିକାଣ୍ଡ,

କଟକ ଚୌଦ୍ବାର  ସେସୁ ଗ୍ରିଡ୍ ଷ୍ଟୋରରେ ଥିବା  କେବୁଲ ଟ୍ରାନ୍ସଫର୍ମରରେ ନିଆଁ  ଲାଗି ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଛି I ନିଆଁ  କୁ ଆୟତ୍ତ କରିବାକୁ  4ଟି ଦମକଳ ନିୟୋଜିତ ଅଛନ୍ତି I ତେବେ ନିଆଁ ଲାଗିବାର କାରଣ ବର୍ତମାନ ସୁଦ୍ଧା ଅସ୍ପଷ୍ଟ ଥିଲେ ମଧ୍ୟ  ସେସୁ ଏସଡିଓ  ସୂଚନା  ଦେଇଛନ୍ତି ଯେ କେହି ଜଣେ ଜାଣିଶୁଣି ଏପରି ନିଆଁ ଲଗାଇଦେଇଛି ବୋଲି ଅନୁମାନ କରାଯାଉଛି I ତେବେ ଘଟଣା ର ପାରିପାର୍ଶିକ ଅବସ୍ଥା କୁ ଅନୁଧ୍ୟାନ କରାଗଲେ ଜଣାପଡୁଛି ଲକ୍ଷାଧିକ ଟ୍ରାନ୍ସଫର୍ମର ଥିବା ସଷ୍ଟୋର  ରେ ସଠିକ ଭାବେ  ପରିଚାଳନା କରାଯାଉନଥିଲା , ଷ୍ଟୋର  ରୁମ ସମ୍ପୂର୍ଣ ଅପରିଷ୍କାର ଭାବରେ ପଡିରହିଥିଲା ଯାହାଫଳରେ ନିଆଁ ବ୍ୟାପିବାରେ ସହଜ ହେଇଥିଲା I କଟକ ରୁ ରିପୋର୍ଟର Chandra @OdishaExclusive.in 

Leave a Reply

Your email address will not be published. Required fields are marked *