ସୁନା ହେଲା କାଳ : ନିଛାଟିଆ ରାସ୍ତାରେ ଦମ୍ପତିଙ୍କୁ   ଗୁଳିକରି ସୁନାଗହଣା ଲୁଟି ନେଲେ ଦୁର୍ବୃତ

ବାଇକରେ ସ୍ୱାମୀ, ସ୍ତ୍ରୀ ଓ ଝିଅ ଶ୍ୱଶୁରଘରୁ ଫେରୁଥିବା  ସମୟରେ ଯାଜପୁର ଜିଲ୍ଲା ବୈରୀ ଥାନା ତିଳପଦା ନିକଟରେ ବିଚ୍ ରାସ୍ତାରେ କେତେକ ଦୁର୍ବୃତ ସେମାନଙ୍କୁ ଅଟକାଇ ଥିଲେ । ଯୁବକ  ପିନ୍ଧିଥିବା ଚେନ୍ ଓ ତାଙ୍କ ପତ୍ନୀ ପିନ୍ଧିଥିବା ହାର ଛଡେଇ ନେବାକୁ  ଦୁର୍ବୃତ ମାନେ ଚେଷ୍ଟା କରିବାରୁ  ,ଯୁବକ ଜଣକ  ଏବଂ ଦୁର୍ବୃତମାନଙ୍କ ସହିତ ଧସ୍ତାଧସ୍ତି ହେଇଥିଲା I ଫଳରେ ଦୁର୍ବୃତମାନେ ଦମ୍ପତିଙ୍କୁ ଗୁଳିକରି ସୁନାଗହଣା ଲୁଟି ନେଲେ  ।   କିଛି ସ୍ଥାନୀୟ  ଲୋକ ଘଟଣାସ୍ଥଳରେ ପହଁଚି ପୁଲିସ୍ ସହାୟତାରେ ଯୁବକଙ୍କୁ ଉଦ୍ଧାର କରିଛନ୍ତି I  ଗୁରୁତର ସ୍ୱାମୀ  ଙ୍କୁ କଟକ ବଡ଼ ମେଡିକାଲକୁ   ସ୍ଥାନାନ୍ତରିତ   କରାଯାଇଛି ।

Leave a Reply

Your email address will not be published. Required fields are marked *