ବିଜେପୁର ଉପ-ନିର୍ବାଚନ ଷ୍ଟାର ମାନଙ୍କର ପ୍ରଚାର ରେ ଉଠୁଛି ପଡୁଛି ତେବେ ଗତକାଲି ଦେଖିବାକୁ ମିଳିଥିଲା ଏକ ନିଆରା ପ୍ରଚାର I ବିଜେପି ଷ୍ଟାର ପିଙ୍କି ପ୍ରଧାନ ଏକ ନିଆରା ଢଙ୍ଗରେ ପ୍ରଚାର କରି ବିଜେଡି କୁ ଟାର୍ଗେଟ କରିଥିଲେ ସ୍ଥାନୀୟ ପାନୀୟ ଜଳ ର ଘୋର ଅସୁବିଧା କୁ ନେଇକି I ସିମିଳିମୁଣ୍ଡା ଗ୍ରାମରେ ପାନୀୟ ଜଳର ଘୋର ଅସୁବିଧା ଥିଲେ ମଧ୍ୟ ପ୍ରଶାସନ ର ଦୃଷ୍ଟି ପଡ଼ିପାରିନି ଏଯାଏଁ ଗ୍ରାମବାସୀ ପାଖାପାଖି ଅଢେଇ କିଲୋମିଟର ଚାଲି ଚାଲି ମୁଣ୍ଡରେ ଏବଂ କାଖରେ ପାଣି ଗରା କାଖେଇ ସବୁଦିନ ଆଣିଥାନ୍ତି I ଯାହାକୁ ନେଇ ଅଭିନେତ୍ରୀ ତଥା ବିଜେପି ଷ୍ଟାର ପିଙ୍କି ପ୍ରଧାନ କାଖରେ ପାଣି ଗରା କାଖେଇ ସମର୍ଥକ ମାନଙ୍କ ସହିତ ଚାଲି ଚାଲି ସିମିଳିମୁଣ୍ଡା ଗାଁ ରେ ପ୍ରଚାର କରିଥିଲେ ଏବଂ ବିଜେଡି ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ I