ଜୋରଧରିଲା ଫ୍ରାଞ୍ଚାଇଜ SUPLଏବଂ RUPL ହଟାଓ ଅଭିଯାନ :  ସମସ୍ତ ଅଫିସ ତାଲା ପକାଇଲେ ଠିକା କର୍ମଚାରୀ

ନିମାପଡା , କଟକ , ସାଲେପୁର ଆଠଗଡ  ଡିଭିଜନ ର  ଘରୋଇ ବିଦ୍ୟୁତ ରକ୍ଷଣାବେକ୍ଷଣ,ବିଦ୍ୟୁତ ଶୁକ୍ଳ ଆଦାୟ ,LT  ମରାମତି ନିମନ୍ତେ ସେସୁ ଦ୍ୱାରା   ନିୟୋଜିତ ଫ୍ରାଞ୍ଚାଇଜ   SUPL ଏବଂ RUPL  ର ସମସ୍ତ  ବ୍ରାଞ୍ଚ ଅଫିସ  ଗୁଡିକ ସାମ୍ନାରେ  ଗତକାଲି ଠାରୁ ଏହାର କର୍ମଚାରୀ ମାନେ ମିଳିତ ଭାବରେ ବିକ୍ଷୋଭ କରିଛନ୍ତି I ଖବର ରୁ ଜଣାପଡିଛି ଯେ ଫ୍ରାଞ୍ଚାଇଜ   SUPL ଏବଂ RUPL ଅଧୀନରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ସଠିକ ଭାବରେ ଦରମା ଦିଆଯାଉନି , ଚାରି ପାଞ୍ଚ ମାସରେ ଗୋଟିଏ ଥର  ଦରମା  ଦିଆଯାଉଛି , ଗୋଟେ ଦିନ ଅନୁପସ୍ଥିତ ରହିଲେ ସପ୍ତାହ ର ଦରମା କାଟିଦିଅଯାଉଛି ,ESI , EPF  ର କିଛି ହିସାବ ନାହିଁ , କର୍ମଚାରୀ ମାନଙ୍କୁ ମନଇଛା ଛଟେଇ କରାଯାଉଛି ଯାହାକୁ ନେଇ ବିଦ୍ୟୁତ ସେବା କର୍ମଚାରୀ ସଂଘ ଦ୍ୱାରା  ପନ୍ଦରଦିନିଆ 9 ଦଫା ଦାବି ପତ୍ର ଦିଆଯାଇଥିଲା ଯାହାର ଅବଧି ଗଡି ଯାଇଥିଲେ ମଧ୍ୟ ଫ୍ରାଞ୍ଚାଇଜ କର୍ତ୍ତୃପକ୍ଷ ଶୁଣିନଥିଲେ ତେଣୁ ବିଦ୍ୟୁତ ସେବା କର୍ମଚାରୀ ସଂଘ  ତରଫରୁ  ସଂଘ ର ସଭାପତି କଳ୍ପତରୁ ଓଝା ,କାର୍ଯ୍ୟକାରୀ ସମ୍ପାଦକ ଶଙ୍କର୍ଷଣ ପ୍ରଧାନ ,ସାଧାରଣ ସମ୍ପାଦକ ପ୍ରଦୀପ୍ତ ପ୍ରଧାନ ,ସମ୍ପାଦକ କମଳେଶୁ  ପଟ୍ଟନାୟକ ଙ୍କ ନେତୃତ୍ୱ ରେ    ବାଧ୍ୟ ହୋଇ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ  ଆନ୍ଦୋଳନ ଜାରି ରଖିବା ସହିତ ସମସ୍ତ ଅଫିସ ଆଗରେ ନାରାବାଜି ଲଗାଇଛନ୍ତି I ଅପରପକ୍ଷରେ ସେସୁ କର୍ମଚାରୀ ଫ୍ରାଞ୍ଚାଇଜ   SUPL ଏବଂ RUPL  ବିରୁଦ୍ଧରେ  କଳା ବ୍ୟାଜ ପିନ୍ଧି ଆନ୍ଦୋଳନ ଜାରି ରଖିଛନ୍ତି ଏବଂ ଫ୍ରାଞ୍ଚାଇଜ   SUPL ଏବଂ RUPL  ଦ୍ୱାରା  ବହୁ ଆର୍ଥିକ ଅନିୟମିତତା ହେଇଛି  ବୋଲି ପ୍ରମାଣ ସହିତ ଦାବି କରିଛନ୍ତି I ତେବେ  ଫ୍ରାଞ୍ଚାଇଜ   SUPL ଏବଂ RUPL ବିରୁଦ୍ଧରେ ଏତେ ସବୁ ସଂଗୀନ ଅଭିଯୋଗ ପରେ ସେସୁ କର୍ତ୍ତୃପକ୍ଷ ଚୁପ ରହିବା ସନ୍ଦେହ ସୃଷ୍ଟି କରୁଛି  I

Leave a Reply

Your email address will not be published. Required fields are marked *