ଆରମ୍ଭ ହେଲା  ମାଟ୍ରିକ୍‌ ପରୀକ୍ଷା : କପି ରୋକିବାକୁ ଜୋରଦାର ଉଦ୍ୟମ

ଆଜିଠୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ  ହେଇଛି , ୬ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ  ମାଟ୍ରିକ   ପରୀକ୍ଷା ଦେବେ ।  କପି ରୋକିବାକୁ ପରୀକ୍ଷା କେନ୍ଦ୍ର ଏବଂ ନୋଡାଲ ସେଣ୍ଟରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି  କରାଯାଇଛି । 

୬ଲକ୍ଷ ୮ ହଜାର ୩୧ ଜଣ ଛାତ୍ରଛାତ୍ରୀ  ଙ୍କ ପାଇଁ 2966 ପରୀକ୍ଷା କେନ୍ଦ୍ର ସହିତ ୨ଟି ଉପକେନ୍ଦ୍ର  ବ୍ୟବସ୍ଥା  କରାଯାଇଛି । 

ସକାଳ ୮ଟାରୁ ପରୀକ୍ଷାର୍ଥୀମାନେ  ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବେ । ୯ରୁ  ପରୀକ୍ଷା ଆରମ୍ଭ ହେବ । 

କପି ରୋକିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୩୦ଟି ଜିଲାରେ ୩୦ ସ୍ୱତନ୍ତ୍ର ଅଧିକାରୀଙ୍କୁ ପରୀକ୍ଷା କେନ୍ଦ୍ରରେ ପରିଦର୍ଶନ ଦାୟିତ୍ୱ ଦିଆଯିବା ସହିତ ୩୭ଟି ସ୍ୱତନ୍ତ୍ର ସ୍କ୍ୱାଡ୍‌ ,  ୫୮ଟି ଫ୍ଲାଇଂ ସ୍କ୍ୱାଡ୍‌ ଗଠନ କରାଯାଇଛି ।

Leave a Reply

Your email address will not be published. Required fields are marked *