ବଲାଙ୍ଗୀର ପାଟଣାଗଡ଼ରେ ଘଟିଛି ଏକ ଅବିଶ୍ୱାସନୀୟ ଘଟଣା I କିଛିଦିନତଳେ ବିବାହ କରିଥିବା ସୌମ୍ୟ ରଞ୍ଜନ ସାହୁ ଏବଂ ତାଙ୍କ ପତ୍ନୀ ରିମା ସାହୁଙ୍କୁ ବିବାହ ଗିଫ୍ଟ ରେ ମିଳିଥିଲା ଏକ ବେନାମୀ ଉପହାର I ଆଜି ଉଭୟ ଗିଫ୍ଟ ଖୋଲୁଥିବା ବେଳେ ହଠାତ୍ ପ୍ରଚଣ୍ଡ ଶଦ୍ଦ ସହ ବୋମା ବିସ୍ଫୋରଣ ହୋଇଥିଲା ଏବଂ କେହି କିଛି ବୁଝିବା ପୂର୍ବରୁ ପାଖରେ ଥିବା ଜେଜେ ମା’ ଜେମା ମଣି ସାହୁ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଉଭୟ ବର ଏବଂ କନ୍ୟା ଗୁରୁତର ଭାବରେ ଆହତ ହେଇ ବଲାଙ୍ଗୀର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ବର ସୌମ୍ୟରଞ୍ଜନ ଙ୍କର ମୃତ୍ୟୁ ଘଟିଛି । ଜୀବନ ସହିତ ଲଢ଼ୁଛନ୍ତି ରିମା I ଏମିତି ଏକ ଘଟଣା ସାରା ବଲାଙ୍ଗୀର ରେ ଚହଳ ପକାଇଦେଇଛି I
ପାଟଣାଗଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।