ଧାରଣା ଦେଲେ  ଓଏସ୍‌ଆରଟିସି କର୍ମଚାରୀ ଆଜିଠାରୁ ତିନିଦିନ ବନ୍ଦ ରହିବ  ସରକାରୀ ବସ୍‌ ସେବା

ସ୍ଥାୟୀ ନିଯୁକ୍ତି ତଥା ମହଙ୍ଗା ଭତ୍ତା ଦାବିରେ ରାଜ୍ୟ ସରକାରଙ୍କ ଅଧୀନରେ ପରିଚାଳିତ ଓଏସ୍‌ଆରଟିସିର କର୍ମଚାରୀମାନେ ଆଜିଠାରୁ  ରାଜ୍ୟବ୍ୟାପୀ ଧର୍ମଘଟ  ରେ ସାମିଲ ହେଇଥିବାରୁ 

ଆଜି ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ବିଭାଗ (ଓଏସ୍‌ଆରଟିସି) ର ସମସ୍ତ ବସ୍‌ ଚଳାଚଳ ବନ୍ଦ ରହିବ। 
ବିଭାଗ ରେ ପାଖାପାଖି ୧୬୪୪ ଜଣ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ୧୧୦୩ ଜଣ  ଠିକା କର୍ମଚାରୀ ଭାବରେ ଦୀର୍ଘ ୬ ବର୍ଷରୁ  ଊର୍ଧ୍ୱ ସମୟ  କାର୍ଯ୍ୟ କରିଥିଲେ ମଧ୍ୟ ସେମାନଙ୍କୁ ନିୟମିତ କରାଯାଉନାହିଁ। ଅନ୍ୟାନ୍ୟ ଦାବି ବିଷୟରେ ବିଭାଗୀୟ ଅଧିକାରୀ  ଙ୍କୁ ବାରମ୍ବାର ଲିଖିତ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ ନକରିବାରୁ ବାଧ୍ୟ ହେଇ ସଂଘ ତରଫରୁ ଧର୍ମଘଟ ଡାକରା ଦିଆଯାଇଛି ।

Leave a Reply

Your email address will not be published. Required fields are marked *