ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଖୁସି ଯୋଜନାରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲରେ ଷଷ୍ଠରୁ ଦ୍ବାଦଶ ପଢୁଥିବା ଝିଅଙ୍କୁ ମାଗଣା ନାପ୍କିନ୍ ଦିଆଯିବ ବୋଲି ଘୋଷଣା କରିଛନ୍ତି I ମୋଟ 17 ଲକ୍ଷ ଝିଅଙ୍କୁ ଏହି ଖୁଶି ଯୋଜନାରେ ନାପ୍କିନ୍ ଯୋଗାଇ ଦିଆଯିବ I ଅନ୍ୟ ମହିଳା ଓ ଯୁବତୀଙ୍କୁ ସବ୍ସିଡି ଦରରେ ମଧ୍ୟ ଯୋଗାଇଦିଆଯିବ I ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଛାତ୍ରୀଙ୍କୁ ମାଗଣା ନାପ୍କିନ ଦେବାରେ ବାର୍ଷିକ ୭୦ କୋଟି ଟଙ୍କାର ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର, ଗ୍ରାମାଞ୍ଚଳ ମହିଳାଙ୍କୁ ୬ ଟଙ୍କାରେ ମିଳିବ ୬ ଟିକିଆ ନାପକିନ ପ୍ୟାକେଟ I