ଚାଲିଛି ଭୋଟ ଗଣତି  ଅପେକ୍ଷା କେବଳ କିଏ ହେବ ବିଜେପୁର ବାଜିଗର ?

ଆଜି  ସକାଳ ଆଠ ଟାରୁ କଡା ସୁରକ୍ଷା ବଳୟ ଭିତରେ ବରଗଡ ଜିଲା ପଦ୍ମପୁରସ୍ଥିତ ଅଞ୍ଚଳ କଲେଜରେ  ବହୁ ପ୍ରତୀକ୍ଷିତ ବିଜେପୁର ଉପନିର୍ବାନର ଭୋଟ ଗଣତି ଚାଲିଛି  I ଅପରାହ୍ନ 2 ଟା ଭିତରେ ଜଣାପଡ଼ିଯିବ କିଏ ହେବ ବିଜେପୁର ବାଜିଗର I ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ହେବାକୁ ଥିବାରୁ 

 ବିଜେପୁର ଉପନିର୍ବାନ  ଉପରେ ସମସ୍ତ ରାଜନୈତିକ ଦଳ ଗୁଡିକଙ୍କର ନଜର ରହିଛି I  ବିଜେପୁର ଉପନିର୍ବାଚନ  ବିଜେଡି ପାଇଁ ସନମାନ ର କଥା ହେଇଥିବା ବେଳେ  ୨୦୧୭ ପ୍ରାରମ୍ଭରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ଆଶାତୀତ ସଫଳତା ହାସଲ କରିଥିବା  ଏବଂ  2019 ରେ ସରକାର ଗଢିବାକୁ  ଆଶାବାଦୀ  ବିଜେପି ପାଇଁ  ମଧ୍ୟ ଏହି ନିର୍ବାଚନ ବହୁ ଗୁରୁତ୍ୱପୂର୍ଣ I ଅପରପକ୍ଷେ ତିନି ତିନି ଥର ବିଜେପୁର ଜିତିଥିବା କଂଗ୍ରେସ ର ଗଡ କୁହାଯାଉଥିବା ବିଜେପୁର ରେ  ପୁଣି ଥରେ  କଂଗ୍ରେସ ଜିତିବ ବୋଲି ଆଶା କରିଛନ୍ତି କଂଗ୍ରେସ ମୁଖିଆ I

Leave a Reply

Your email address will not be published. Required fields are marked *