ବିଜେଡି ର  ବିଜେପୁର ଦଖଲ :ରିତା ଙ୍କ ମୁଣ୍ଡରେ ସୁନା କଳସ ଢ଼ାଳିଲେ ବିଜେପୁର ବାସି

ସବୁ କଳ୍ପନା ଜଳ୍ପନା ର ଶେଷ ହେଇଛି ବିଜେପୁର ବାସି ସୁନାକଳସ ଢ଼ାଲିଛନ୍ତି ବିଜେଡି ସମର୍ଥିତ ପ୍ରାଥୀ ରିତା ସାହୁଙ୍କ ମୁଣ୍ଡରେ I ନବୀନ ବାବୁ ଙ୍କ ଲୋକପ୍ରିୟତା ଏବେ ବି ଓଡ଼ିଶାରେ ଅକ୍ଷୁର୍ଣ୍ଣ  ଅଛି ତାହା ବିଜେପୁର  ଉପ ନିର୍ବାଚନ ରୁ ସ୍ପଟ ହୋଇଯାଇଛି I  ବିଜେପୁର ଉପନିର୍ବାଚନ ରେ ବିଜୟୀ ହେବା ପାଇଁ   ତିନି ରାଜନୈତିକ ଦଳ  ନିଜ କଳ ବଳ କୌଶଳ ଲଗାଇଥିଲେ , ଏପରିକି ବିଜେପି ଏବଂ ବିଜେଡି ଦ୍ୱାରା  ବିଜେପୁର ରେ ଗଣ୍ଡା ଗଣ୍ଡା ସିନେ ଷ୍ଟାର ଙ୍କ ଦ୍ୱାରା ପ୍ରଚାର କରାଯାଇଥିଲା ,  ବିଜେପି ତରଫରୁ କେନ୍ଦ୍ରରୁ ମନ୍ତ୍ରୀ ଏବଂ ବିଜେଡି ତରଫରୁ ନିଜେ ନବୀନ ବାବୁ ଗାଁ ଗାଁ ବୁଲି  ଭୋଟର ମାନଙ୍କୁ ଭୋଟ ମାଗିଥିଲେ I କିନ୍ତୁ ନବୀନ ବାବୁ ଙ୍କ ଲୋକପ୍ରିୟତା ଆଗରେ କାମ ଦେଲାନି ବିଜେପି ର ଷ୍ଟାର ଏବଂ କେନ୍ଦ୍ର ମନ୍ତ୍ରୀ ଙ୍କ ପ୍ରଚାର I କଂଗ୍ରେସ ର ଗଡ କୁହାଯାଉଥିବା ବିଜେପୁର ରେ ପ୍ରଥମ ଥର ପାଇଁ ବିଜୟ ର ବାନା ଉଡେଇଲା ବିଜେଡି ଏବଂ ଦ୍ୱିତୀୟ ସ୍ଥାନରେ ବିଜେପି ରହିଛି I ତେବେ କଂଗ୍ରେସ ତାର ଅମାନତ ହରେଇଛି I ବିଜେପିର ସବୁ ଅଙ୍କ  ଯେପରି ଭୁଲ ହେଇଗଲା ନବୀନ ଙ୍କ ରାଜନୀତି ଗୋଟି ଚାଳନା  ଆଗରେ  ହୋଇଯାଇଛି  । ବିଜେପୁରରେ ପଂଚାୟତ ନିର୍ବାଚନରେ ବିଜେପି ବିପୁଳ ସଫଳତା ହାସଲ କରିଥିଲେ ମଧ୍ୟ  ଉପ ନିର୍ବାଚନ ରେ ଫେଲ ମାରିଲା  ବିଜେପି   । 


ଏନେଇ ମୁଖ୍ୟମନ୍ତ୍ରୀ ସମସ୍ତ ବିଜେପୁର ବାସୀକୁ କୃତଜ୍ଞତା  ସହିତ  ଧନ୍ୟବାଦ ଦେବା ସହିତ ଓଡିଶା ର ଲୋକମାନେ ଶାନ୍ତି ପ୍ରିୟ ଅଟନ୍ତି ସେମାନେ ହିଂସା କୁ କେଭେ ବି  ସମର୍ଥନ କରନ୍ତି ନାହିଁ ବୋଲି ମିଡ଼ିଆ ଆଗରେ ପ୍ରତିକ୍ରିୟା ରଖିଛନ୍ତି I  ବିଜେଡି ବିଜେପୁର ଉପନିର୍ବାଚନ ଜିତିସାରିଥିଲେ ମଧ୍ୟ କେବଳ ଔପଚାରିକ ଭାବେ ଘୋଷଣା କରିବା ବାକି ଅଛି I  ଊନବିଂଶ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେଡ଼ି ୯୭୭୨୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ୫୭୪୭୬ ଓ କଂଗ୍ରେସ ୮୯୩୪ ଖଣ୍ଡ ଭୋଟ ପାଇଛି  । ବର୍ତମାନ ସୁଦ୍ଧା  ବିଜେଡି ୪୦ ହଜାର ଭୋଟ୍ ରେ  ଆଗୁଆ  ଅଛି  ।

Leave a Reply

Your email address will not be published. Required fields are marked *