ସୁର ରାଉତରାୟ ଙ୍କ ସାଙ୍ଘାତିକ ଅଭିଯୋଗ :କଂଗ୍ରେସ କର୍ମୀ ଏବଂ ନେତା ବିଜେଡି ପାଇଁ ବିକ୍ରି ହେଇଗଲେ

ବିଜେପୁର ଉପନିର୍ବାଚନ ଫଳାଫଳ ପରେ  କଂଗ୍ରେସ  ନିଜର ଅମାନତ ହରାଇ ମାତ୍ର ୧୦୨୭୪ଟି ଭୋଟ ପାଇ ପ୍ରଥମରୁ ତୃତୀୟ ସ୍ଥାନକୁ ଖସି ଆସିଛି I ଯାହାକୁ ନେଇ କଂଗ୍ରେସ ର ମୁଖିଆ ଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନ ଉଠିଥିଲା ତେବେ କଂଗ୍ରେସ ର ପରାଜୟ କୁ ସ୍ୱୀକାର କରି  କଂଗ୍ରେସ ପିସିସି ସଭାପତି ପଦରୁ ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫା ଦେଇଛନ୍ତି  । ଏନେଇ ବରିଷ୍ଠ ନେତା ସୁର ରାଉତରାୟ ସିଧାସଳଖ ନରସିଂହ ମିଶ୍ର ଙ୍କୁ  ଦାୟୀ କରିଛନ୍ତି  I ନରସିଂହ ମିଶ୍ର ଦିଲ୍ଲୀ ରେ ନବୀନ ଙ୍କୁ ଭେଟିବାରୁ କଂଗ୍ରେସ ର ପରାଜୟ ହେଇଚି I କଂଗ୍ରେସ ର କିଛି କୁଚକ୍ରୀ ନେତା ପଛରୁ ଛୁରୀ ମାଡ କଲେ , କଂଗ୍ରେସ କର୍ମୀ ଏବଂ ନେତା  ବିଜେଡି କୁ ବିକ୍ରି ହେଇଗଲେ ସେଥିପାଇଁ କଂଗ୍ରେସ ହାରିଲା I ସୂଚନା ଥାଉ କି କିଛିଦିନ ତଳେ ସୁର ଦମ୍ଭୋକ୍ତି ପ୍ରକାଶ କରିଥିଲେ ଯେ କଂଗ୍ରେସ 1500/2000 ଭୋଟ ରେ ବିଜୟ ହେବ I

Leave a Reply

Your email address will not be published. Required fields are marked *