ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳ, ରେ ବିଜେପି ର ବିଜୟ ନ ହେବା ଯାଏ  ସୁବର୍ଣ୍ଣ ଯୁଗ ଆରମ୍ଭ ହେବନି  :ଅମିତ  ସାହା

ତ୍ରିପୁରାରେ ଦୀର୍ଘ ୨୫ ବର୍ଷ ଧରି ନିରବଚ୍ଛିନ୍ନ ଶାସନ କରି ଆସୁଥିବା ବାମମେଣ୍ଟ ସରକାରଙ୍କ ପତନ ଘଟି ଭାଜପା କ୍ଷମତାକୁ ଆସିବା ପରେ ରାଜନୈତିକ ସମୀକରଣ ବଦଳିବାରେ ଲାଗିଛି I ତ୍ରିପୁରା ବିଜୟ ପରେ ବିଜେପି   ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହା ସିଧା ସଳଖ କହିଛନ୍ତି ଯେ  ଆମ ଟାର୍ଗେଟ୍‌ରେ ଓଡ଼ିଶା, ପଶ୍ଚିମବଙ୍ଗ ଓ କେରଳ, ଏହି ୩ଟି ରାଜ୍ୟରେ ବିଜୟ ନ ହେବା ଯାଏ ଆମର ସୁବର୍ଣ୍ଣ ଯୁଗ ଆରମ୍ଭ ହେବନି I ଅବଶ୍ୟ ଏନେଇ ବିଜେଡି ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି I

Leave a Reply

Your email address will not be published. Required fields are marked *