୧୪ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ବସ୍‌ ଚଳାଚଳ ବନ୍ଦ ବସ୍‌ ମାଲିକ ସଂଘରଜରୁରୀ ବୈଠକ

ଓଡ଼ିଶା ବସ୍‌ ମାଲିକ ସଂଘର ଏକ ବୈଠକ ଗତ କାଲି ସମ୍ବଲପୁରଠାରେ ଅନୁଷ୍ଠିତ ହୋଇଯାଇଛି।
ବସ୍ ମାଲିକ ସଂଘ ପକ୍ଷରୁ ଆସନ୍ତା ୧୪ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦିଆଯାଇଥିବା ବନ୍ଦ ଡାକରା ଉପରେ ଆଲୋଚନା ହୋଇଥିଲା।
ସଂଘର କହିବାନୁଯାୟୀ, ଗତବର୍ଷ ଅକ୍ଟୋବର ମାସରୁ ବିଭିନ୍ନ ସମୟରେ କର୍ତୃପକ୍ଷଙ୍କ ନିକଟରେ ସଂଘ ଆଲୋଚନା କରି ଆସିଛି। ଆଲୋଚନାରେ ପ୍ରତିଶ୍ରୁତି ମିଳିବା ପରିପ୍ରେକ୍ଷୀରେ ଗତମାସ ୯ତାରିଖରେ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ସଂଘର କର୍ମକର୍ତାମାନେ ଗତ ମାସ ୧୯ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପରିବହନ ଆୟୁକ୍ତଙ୍କୁ ଭେଟି ସଂଘର ଦାବି ପୂରଣ କରିବା ପାଇଁ ଅନୁରୋଧ କରିଥିଲେ। ଯଦି ଆସନ୍ତା ୧୪ତାରିଖ ସୁଦ୍ଧା ରାଜ୍ୟ ସରକାର ସଂଘର ଦାବି ପୂରଣ କରିବା ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରହିବ ବୋଲି ଚେତାବନୀ ଦେଇଛନ୍ତି ବସ୍ ମାଲିକ ସଂଘ।
ଚଳିତମାସ ୯ତାରିଖରେ ସଂଘର ପୁନର୍ବାର ଏକ ଜରୁରୀ ସାଧାରଣ ପରିଷଦ ବୈଠକ ବସିବା ସହିତ ଆଗାମୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ ଏକ ପ୍ରେସ୍‌ ବିବୃତିରେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *