ଦୋକାନ ଓ ପ୍ରତିଷ୍ଠାନରେ ଓଡ଼ିଆରେ ନାମ ଫଳକ ଲେଖିବା ହେଲା ବାଧ୍ୟତାମୂଳକ

ଓଡିଶା ର ସମସ୍ତ ଦୋକାନ ଓ ପ୍ରତିଷ୍ଠାନ ସମ୍ମୁଖରେ ଏଣିକି ଓଡ଼ିଆରେ ନାମ ଫଳକ ଲେଖାଯିବ। ରାଜ୍ୟ ସରକାର ବୁଧବାର ଏହି ନିୟମକୁ କଡ଼ାକଡ଼ି କରି ଦେଇଛନ୍ତି। ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ଓଡ଼ିଆରେ ନାମ ଫଳକ ଲେଖାଯିବାକୁ ବିଧିବଦ୍ଧ କରି ଦିଆଯାଇଛି। ଓଡ଼ିଆରେ ନାମ ଫଳକ ନଲେଖିଲେ ଦୋକାନୀ ତଣ୍ଡ ଗଣିବେ। ପ୍ରଥମ ଥର ଧରାପଡ଼ିଲେ ୧୦୦୦ରୁ ୫୦୦୦ ଟଙ୍କା ଜରିମାନା ଓ ୨ୟ ଥର ଧରାପଡ଼ିଲେ ୫୦୦୦ରୁ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।

ସେହିଭଳି କ୍ୟାବିନେଟର ହୋଇଥିବା ଅନ୍ୟତମ ନିଷ୍ପତ୍ତି ଅନୁସାରେ ୮ ହଜାର ବିଜୁ ଯୁବ ବାହିନୀ ଗଠନ ହେବ। ଏମାନେ ୬୮୦୦ ଗ୍ରାମପଞ୍ଚାୟତ ଓ ୧୧୩ଟି ସହରରେ କାମ କରିବେ।

 

Leave a Reply

Your email address will not be published. Required fields are marked *