​ମାସିକ ଚାନ୍ଦା  ନଦେବାରୁ ବିଦ୍ୟୁତ କର୍ମଚାରୀ ଙ୍କୁ ଚାକିରିରୁ ବିଦା  କରିଦେଲେ ଏନଞ୍ଜେନ୍ SDO

ମାସିକ ଚାନ୍ଦା  1000 ନଦେବାରୁ ବିଦ୍ୟୁତ କର୍ମଚାରୀ ଙ୍କୁ ଚାକିରିରୁ ବିଦା  କରିଦେଇଛନ୍ତି   ଢେଙ୍କାନାଳ ଜିଲ୍ଲା ଭୁବନ ଏନଞ୍ଜେନ୍ SDO I   ଏନେଇ ଅଭିଯୋଗ କରିଛନ୍ତି ବିଲ୍ ଆଦାୟକାରୀ ଜିତେନ୍ଦ୍ର ସାହୁ I ଘଟଣା ରୁ ଜଣାପଡିଛି   ଯେ ଜିତେନ୍ଦ୍ର ସାହୁ ଏନଞ୍ଜେନ୍    ଭୁବନ  ସେକ୍ସନ 39 ରୁଟ ରେ  ବିଲ୍ ଆଦାୟକାରୀ ଭାବେ କାର୍ଯ୍ୟକରନ୍ତି I  ଭୁବନ  ଏନଞ୍ଜେନ୍ ଅଫିସ କୁ ନୂଆ କରି ଆସିଥିବା ଏସ୍ଡ଼ିଓ   ଆଶିଷ ଜେନା  ବିଲ୍ ଆଦାୟକାରୀ ଜିତେନ୍ଦ୍ର ସାହୁ ଙ୍କୁ ମାସିକିଆ ଚାନ୍ଦା ବାବଦରେ 1000 ଟଙ୍କା ମାଗିଥିଲେ ଯାହାକୁ ବିରୋଧ କରିଥିଲେ ବିଲ୍ ଆଦାୟକାରୀ I ଯାହାଫଳରେ ପ୍ରତିଶୋଧପରାୟଣ ହେଇ SDO  ଜିତେନ୍ଦ୍ର ଙ୍କ ଆଦାୟ ଶୁକ୍ଳ ରୁ ଦରମା ବାବଦ % କାଟି ଅନ୍ୟ ଜଣେ ବିଲ୍ ଆଦାୟକାରୀ  ପ୍ରିୟବ୍ରତ ଙ୍କ ଆକାଉଣ୍ଟସ ରେ ପଠାଇଦେଇଥିଲେ ଏନେଇ ଜିତେନ୍ଦ୍ର ପଚାରିବାରୁ ତାଙ୍କ ଠାରୁ ବହି , ଖାତା ରଖି  ଶୋ କଜ ନୋଟିସ ଦେଇ ଚାକିରିରୁ ବିଦା କରିଦେଇଛନ୍ତି I ଏନେଇ ଏନଞ୍ଜେନ୍ SDO ଆଶିଷ ଜେନା ଙ୍କ ମତାମତ ନେବାରୁ,  ବିଦ୍ୟତ୍ ଖବର କୁ ସୁଚନା ଦେଇ କହିଛନ୍ତି ଯେ  ଜିତେନ୍ଦ୍ର ସାହୁ Talcher  ରେ ପିଇଟି Teacher ଅଛନ୍ତି, ତେଣୁ ନିୟମ ମୁତାବକ ତାଙ୍କୁ ଚାକିରି ରୁ  Suspend କରାଯାଇ  Enquiry  କରାଯାଉଛି I

Leave a Reply

Your email address will not be published. Required fields are marked *