ଝାରସୁଗୁଡ଼ା: ମୋବାଇଲ ଫାଟି ଯୁବତୀ ମୃତ

ଚାର୍ଜ ରେ ବସିଥିବା ବେଳେ ମୋବାଇଲ ନ ବ୍ୟବହାର କରିବାର ସତର୍କ ସୂଚନା ଆପଣ ନିଶ୍ଚୟ ଶୁଣିଥିବେ।

ହେଲେ କଣ ଆପଣ ଏହାକୁ ମାନୁଛନ୍ତି?

ଯଦି ମାନୁ ନାହାନ୍ତି ତେବେ ସମୟ ଆସିଯାଇଛି ସତର୍କ ହେବାର।

ଘଟଣା ଟି ଘଟିଛି ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ଲାଇକେର ଥାନା ର ଖେରିଆକାନି ଗାଆଁ ରେ।

ଅପରାହ୍ନ ପ୍ରାୟ ୨ ଟା ସମୟରେ ମୋବାଇଲ ରେ ଉମା ଓରାମ(୧୯) କଥା ହେଉଥିବା ବେଳେ ତାଙ୍କ ଘର ଠାରୁ ୧୦୦ ମିଟର ଦୂର ରେ ଥିବା ଟ୍ରାନସଫରମର୍ ରେ ବିସ୍ପୋରଣ ଘଟିଥିଲା ତ ସହ ସହ ଉମା ଙ୍କ ଚାର୍ଜ ରେ ଲାଗିଥିବା ଫୋନ ମଧ୍ୟ ଫଟିଥିଲା।

ବିସ୍ପୋରଣ ରେ ଉମା ଙ୍କ ହାତ ଛାତି ଓ ଗୋଡ଼ ରେ ଗଭୀର ଆଘାତ ଲାଗିଥିଲା।ବିସ୍ପୋରଣ ଏତେ ଭୟଙ୍କର ଥିଲା ଯେ ପାଖରେ ଥିବା ଏକ ଧାନ ବସ୍ତା ମଧ୍ୟ ପୋଡ଼ି ଯାଇଥିଲା।

ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତର ଖାନା ନିଆ ନିଆଯାଇଥିଲା ଓ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଓଡ଼ିଶା exclusive ତରଫ ରୁ ଆପଣଙ୍କୁ ଅନୁରୋଧ କି ଫୋନ ବ୍ୟବହାର ସମୟରେ ଚାର୍ଜ ରେ ବସାନ୍ତୁ ନାହିଁ।

ସେୟାର କରି ନିଜ ପ୍ରିୟଜନ ମାନଙ୍କୁ ମଧ୍ୟ ସତର୍କ କରନ୍ତୁ।

Leave a Reply

Your email address will not be published. Required fields are marked *