ଗରିବ ପରିବାର କୁ ନବୀନ ଙ୍କ  ମାଗଣା ଏଲଇଡି ଗିଫ୍ଟ 

୨୦୧୮-୧୯ ଆର୍ଥିକ ବର୍ଷ ପାଇଁ   ରାଜ୍ୟ ବିଧାନସଭାରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବଜେଟ ଉପସ୍ଥାପନ କରିଛନ୍ତି । ସମୁଦାୟ  ବ୍ୟୟ ଅଟକଳ ୧ଲକ୍ଷ ୨୦ ହଜାର ୨୮କୋଟି ଟଙ୍କା ହୋଇଥିବା ବେଳେ, ଶକ୍ତି ବିଭାଗ  ପାଇଁ ୧,୯୮୩.୨୯ କୋଟି  ରହିଛି ।  ସେଥିମଧ୍ୟରୁ    ” ଆମ ଘରେ ଏଲଇଡି ଲାଇଟ ” ଯୋଜନାରେ  ପ୍ରତ୍ୟକ ପରିବାର ପାଇଁ ଚାରୋଟି ମାଗଣା  ଏଲଇଡି ବଲ୍ବ ଯୋଗାଇଦିଆଯିବ I  ଏହି ଯୋଜନା ପାଇଁ ପାଖାପାଖି  125 କୋଟି ବ୍ୟୟ ଅଟକଳ  ରଖିଛନ୍ତି ସରକାର I ତେବେ ହିତାଧିକାରୀ ବିପିଏଲ ଅନ୍ତର୍ଗତ ହେଇଥିଲେ ଏହି ସୁବିଧା ର ଲାଭ ଉଠାଇପାରିବେ I

Leave a Reply

Your email address will not be published. Required fields are marked *