ପ୍ରତାପ ଭାଇନା ଙ୍କୁ ମିଳିପାରେ  ଓଡିଶା ବିଜେପି ର ପାୱାର

କିଛି ଦିନ ତଳେ  ନୂଆଦିଲ୍ଲୀ ଗସ୍ତ ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜନାଥ ସିଂହଙ୍କୁ  ପ୍ରତାପ ଷଡ଼ଙ୍ଗୀ ଦେଖାକରିଥିଲେ   । ଓଡ଼ିଶା ବିଜେପି ପାଣିପାଗ ହାଲଚାଲ ସମ୍ପର୍କରେ  ପ୍ରତାପ ଭାଇନା ଙ୍କ ସହିତ ବହୁ ଭିତିରିଆ କଥା  ଆଲୋଚନା  ହେଇଥିଲା ବୋଲି ସୂଚନା ମିଳୁଛି  ।  ଶୁଣାଯାଉଛି ଓଡିଶା ବିଜେପି ର ପାୱାର ପ୍ରତାପ ଭାଇନା ଙ୍କୁ ମିଳିପାରେ , ଏନେଇ କୁଆଡେ ଖୋଦ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ପ୍ରତାପ ଭାଇନା ଙ୍କୁ ପରାମର୍ଶ ଦେଇଛନ୍ତି ଆଗକୁ ମାନସିକ ଓ ଶାରୀରିକ ଭାବେ ପ୍ରସ୍ତୁତ ରହିବାକୁ । ଏକଥା ଶୁଣି   ସମର୍ଥକମାନେ ଖୁଶିରେ ଗଦଗଦ ହେଇଗଲେଣି କାହିଁକିନା ପ୍ରତାପ ନନା ଏଇଥର  ରାଜ୍ୟ ବିଜେପିର ମଙ୍ଗ ଧରି ପାରନ୍ତି , ଅବଶ୍ୟ ବସନ୍ତ ବାବୁ ଙ୍କ ନେତୃତ୍ୱ ରେ ଦଳ ପଂଚାୟତ ନିର୍ବାଚନ ରେ ଭଲ ପ୍ରଦଶନ କରିଥିଲେ ମଧ୍ୟ ଉପକୂଳ ଓଡ଼ିଶାରେ ତାଙ୍କ ନେତୃତ୍ୱ ଏତେଟା ଗ୍ରହଣୀୟ ହେଇପାରିନି ।  

 ପୂର୍ବରୁ ମଧ୍ୟ  ଓଡିଶା ଗସ୍ତରେ ଆସିଥିବା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ପ୍ରତାପ ନନା ଙ୍କ ପିଠି ଥାପୁଡ଼ାଇ ବିଜେପି ଦଳର  ସବୁଠୁ ପୁରୁଣା ଘୋଡ଼ା ବୋଲି  ସମସ୍ତଙ୍କ ଆଗରେ ଖୋଲାଖୋଲି ପ୍ରସଂଶା କହିଥିଲେ   ।

Leave a Reply

Your email address will not be published. Required fields are marked *