ବାଙ୍କୀ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା I
ବାଙ୍କୀ ତାଳବସ୍ତ ଗାଁରେ ଘରେ କେହି ନଥିବା ବେଳେ ମାଙ୍କଡ ଘରେ ପଶି ପନ୍ଦର ଦିନର ଶିଶୁ ପୁତ୍ରକୁ ଉଠାଇ ନେଇଛି I ଘଟଣା ଜଣାପଡିବା ପରେ ଶିଶୁପୁତ୍ରର ମାଆ ପୁଅ ର ଫେରିବା ବାଟକୁ ଚାହିଁ ଚାହିଁ ଅସୁସ୍ଥ ହେଇପଡିଲାଣି , ମା କୁ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I ସେପଟେ ଶିଶୁପୁତ୍ରକୁ ଉଦ୍ଧାର ପାଇଁ ବନ କର୍ମଚାରୀଙ୍କ ଏବଂ ଅଗ୍ନିଶମ ବିଭାଗ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ହେଲେ କୌଣସି ସୁରାକ ମିଳିପାରିନାହିଁ I କୁନି ଶିଶୁ ପୁତ୍ରକୁ ଫେରି ପାଇବା ପାଇଁ ହନୁମାନ ମନ୍ଦିରରେ ବାପା ଅଧିଆ ପଡ଼ିରହିଛି , ଆଉ ନେହୁରା କରୁଛି ତା ପୁଅ କୁ ଫେରାଇ ଦେବାକୁ ଅସହାୟ ବାପା…