ବିପିୟୁଟିର ୨ ତାରିଖ ସେମିଷ୍ଟାର ପରୀକ୍ଷା ବାତିଲ

 

ଆଜି ଅର୍ଥାତ ଦୁଇ ତାରିଖ ଦିନ ପ୍ରଥମ ଓ ଦ୍ୱିତୀୟ ସିଟିଂରେ ହେବାକୁ ଥିବା ରେଗୁଲାର ଓ ବ୍ୟାକ୍‌ ସେମିଷ୍ଟର ପରୀକ୍ଷାକୁ ବିଜୁ ପଟ୍ଟନାୟକ ୟୁନିଭରସିଟି ଅଫ ଟେକ୍‌ନୋଲୋଜି କର୍ତ୍ତୃପକ୍ଷ ବାତିଲ କରିଦେଇଛନ୍ତି। ଏସସିଏସଟି ନିର୍ଯାତନା ନିବାରଣ ଆଇନରେ ସଂଶୋଧନ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ଦଳିତ ସଂଗଠନର ଭାରତ ବନ୍ଦ ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ପରୀକ୍ଷାକୁ ବାତିଲ କରିଦେଇଛନ୍ତି। ଏ ସମ୍ପର୍କରେ ବିପିୟୁଟି ସହ ଅନୁବନ୍ଧିିତ ସମସ୍ତ ଅନୁଷ୍ଠାନ ଓ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଇଛି ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କହିଛନ୍ତି। ଏହି ସେମିଷ୍ଟର ପରୀକ୍ଷା କେବେ ହେବ ତାହା ପୁଣି ଥରେ ବିଜ୍ଞପ୍ତି ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଜଣାଇ ଦିଆଯିବ ବୋଲି ବିିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *