ଜୟପୁର: ବିଦ୍ୟୁତ ଆଘାତରୁ ପତ୍ନୀଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ ମୃତ, ସ୍ତ୍ରୀ ଗୁରୁତର

 

କୋରାପୁଟ ଜିଲ୍ଲା ଜୟପୁର ବ୍ଲକ୍‌ ବାରିଣିିପୁଟ ପଞ୍ଚାୟତର ମଳିଗୁଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ବିଦ୍ୟୁତ ଆଘାତ ଲାଗି ଥିବା ପତ୍ନୀଙ୍କୁ ଉଦ୍‌ଧାର କରିବାକୁ ଯାଇ ସ୍ୱାମୀଙ୍କର ମୃତ୍ୟୁ ଘଟିଥିବା ବେଳେ ପତ୍ନୀ ଗୁରୁତର ଭାବେ ଆହତ ହୋଇଛନ୍ତି। ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସ୍ୱାମୀଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ପତ୍ନୀଙ୍କର ଚିକିତ୍ସା ଚାଲିଛି।

ମିଳିଥିବା ସୂଚନା ଅନୁଯାୟୀ, ମଳିଗୁଡ଼ା ଗାଁର କମଳୁ ପରଜାଙ୍କ ପତ୍ନୀ ରୁପି ପରଜା ଗାଧୋଇ ସାରି ଲୁଗା ଶୁଖାଉଥିିବା ବେଳେ ହଠାତ ବିଦ୍ୟୁତ ଆଘାତ ପାଇଥିଲେ। ପତ୍ନୀଙ୍କୁ ଉଦ୍ଧାର କରିବାକୁ ଯାଇ ସ୍ୱାମୀ କମଳୁ ବିଦ୍ୟୁତ ଆଘାତ ପାଇଥିଲେ। ସଙ୍ଗେ ପାଖ ପଡୋଶୀମାନେ ସେମାନଙ୍କୁ ଉଦ୍ଧାର କରି ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ କମଳୁଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

Leave a Reply

Your email address will not be published. Required fields are marked *