ପତଞ୍ଜଳି  ତିଆରି କରିବ ଦେଶୀ ଜିନ୍ସ ପ୍ୟାଣ୍ଟ

ବାଣିଜ୍ୟ ବ୍ୟବସାୟ ଜଗତ କୁ ଝଡ ପରି  ପତଞ୍ଜଳି ପ୍ରବେଶ କରି ସାରାଦେଶରେ  ଲୋକାଦୃତ ହେବା ସହିତ  ମାତ୍ର କିଛି ବର୍ଷ ଭିତରେ ଅନେକ ନାମୀ ଦାମୀ କମ୍ପାନୀ କୁ ଧୂଳି ଚଟେଇ ସାରିଲାଣି ବାବା ରାମଦେବ ଙ୍କ ପ୍ରଡକ୍ଟ I 

ପ୍ରାକୃତିକ ଉତ୍ପାଦ ପାଇଁ  ସବୁ ବର୍ଗର ଗ୍ରାହକଙ୍କ ଅତି ଆପଣାର ହେଇପାରିଥିବା ପତଞ୍ଜଳି   ଖୁବଶୀଘ୍ର ଘରୋଇ ଢାଞ୍ଚାରେ  ୫ ହଜାର କୋଟିର ଅଟକଳ ରେ ଟେକ୍ସଟାଇଲ (କପଡା , ବା ବସ୍ତ୍ର )  ବଜାର  ରେ  ପ୍ରବେଶ କରିବାକୁ ଯାଉଛି I ଏନେଇ ଖୋଦ  ବାବା ରାମଦେବ ଗୋଆ ଫେଷ୍ଟ ୨୦୧୮ରେ ଯୋଗ ଦେଇ ସୂଚନା ଦେଇଛନ୍ତି I ମଜା କଥା ହେଉଛି ଜଣେ ଯୁବକ ମଜାକ କରି ବାବା ଙ୍କୁ ପଚାରି ଥିଲା କି ବାବା ପତଞ୍ଜଳି ଜିନ୍ସ କେବେ ମାର୍କେଟକୁ ଆସିବ  ? ଉତ୍ତର ରେ ବାବା ଘୋଷଣା କରିଥିଲେ ଏମିତି  ଏକ ଯୋଜନା I ଖାଲି ଜିନ୍ସ ନୁହେଁ ମହିଳା ଓ ଶିଶୁଙ୍କ ପାଇଁ ମଧ୍ୟ ଡ୍ରେସ ତିଆରି କରିବ ପତଞ୍ଜଳି ।

Leave a Reply

Your email address will not be published. Required fields are marked *