କଂଗ୍ରେସ ର ହାତ  ଛାଡିଲେ ବିଜୟ

ଓଡିଶା କଂଗ୍ରେସ ର ଦିନକୁ ଦିନ ପ୍ରଭାବ  କମୁଛି ଏବଂ ଜଣଙ୍କ ପରେ ଜଣେ ନେତା କଂଗ୍ରେସ ହାତ ଛାଡ଼ୁଛନ୍ତି , କିଛିଦିନ ତଳେ ବରିଷ୍ଠ କଂଗ୍ରେସ ନେତା ଚନ୍ଦ୍ର ଶେଖର କଂଗ୍ରେସ ଛାଡି ବିଜେଡି ରେ ମିଶିଥିଲେ I ସେହିପରି କଂଗ୍ରେସ ରେ ଥିବା ଅପରାଜିତା ମହାନ୍ତି କୁ ଅଣଦେଖା କରାଯିବାରୁ ସେ କଂଗ୍ରେସ ଛାଡି ବିଜେପି ରେ ମିଶିଥିଲେ I ଆଜି  ଓଡ଼ିଆ ସିନେ ଜଗତ ର ପ୍ରିୟ ଅଭିନେତା ବିଜୟ ମହାନ୍ତି କଂଗ୍ରେସ ଦଳ ଛାଡିଛନ୍ତି I ଏନେଇ ବିଜୟ କହିଛନ୍ତି ଯେ ସେ ଦଳରେ 2014 ରୁ ସକ୍ରିୟ ନଥିଲେ ମଧ୍ୟ ତାଙ୍କ ନାମକୁ ନେଇ କଂଗ୍ରେସ ରେ ପ୍ରଚାର କରାଯାଉଥିଲା ତେଣୁ ସେ ବାଧ୍ୟ ହେଇ ଦଳ ଛାଡିଛନ୍ତି ଏବଂ ସେ ଦଳ ଛାଡିଲେ କଂଗ୍ରେସ ପାଇଁ କୌଣସି ପ୍ରଭାବ ପଡିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି I

Leave a Reply

Your email address will not be published. Required fields are marked *