ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ି ଗିରଫ ହେଲେ ସେସୁ ଜେଇ

ଲାଞ୍ଚ ନେଇ  ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି  ସେସୁ   ର  ଜଣେ ଜେଇ I  ଖବର ରୁ ଜଣାପଡିଛି   ତାଙ୍କ ନାମ ସ୍ବାଧିନ କୁମାର ସାହୁ  ଏବଂ ସେ  କନିଷ୍ଠ ଯନ୍ତ୍ରୀ  ଭାବେ  ନୟାଗଡ ଜିଲା  ବାଲୁଗାଁ ବିଦ୍ୟୁତ ଡ଼ିଭିଜନ ରଣପୁର ସେସୁ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟ କରନ୍ତି  ।  ଏକ ଏୟାରଟେଲ ଟାଓ୍ବାରରେ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ଏୟାରଟେଲର ସୁପରଭାଇଜର ଜେଇ ମହାଶୟ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ   ଯନ୍ତ୍ରୀ ମହୋଦୟ କାମ ନକରି   ସୁପରଭାଇଜର ଙ୍କୁ  ଦୌଡ଼ାଇଥିଲେ ଏବଂ ବିଦ୍ୟୁତ ସଂଯୋଗ ପାଇଁ ଟାୱାର ସୁପରିଭାଇଜର ଙ୍କ ଠାରୁ ଲାଞ୍ଚ ମାଗିଥିଲେ I ଲାଞ୍ଚ ଦେବା ଏକ ଅପରାଧ ହେଇଥିବାରୁ ସୁପରିଭାଇଜର ଜଣକ ଭିଜିଲାନ୍ସ ଅଧିକାରୀ ଙ୍କୁ ଏନେଇ ଜଣାଇଥିଲେ I ଆଜି ଏୟାରଟେଲର ସୁପରଭାଇଜରଙ୍କଠାରୁ ସ୍ବାଧିନ କୁମାର ସାହୁ   ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ  ଭିଜିଲାନ୍ସ ଅଧିକାରୀ  ଙ୍କ ଦ୍ୱାରା ଧରାପଡ଼ି ଗିରଫ ହେଇଛନ୍ତି  I ଅଧିକ ତଦନ୍ତ ପାଇଁ ସ୍ୱାଧୀନ ଙ୍କ ଅଫିସ , ଭଡା ଘର କୁ ସର୍ଚ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *