ପତ୍ନୀଙ୍କୁ ପାଖରେ ରହିବାକୁ ବାଧ୍ୟ କରିପାରିବେନି ସ୍ବାମୀ: ସୁପ୍ରିମ କୋର୍ଟ

ପତ୍ନୀଙ୍କୁ ପାଖରେ ରହିବାକୁ ବାଧ୍ୟ କରିପାରିବେନି ସ୍ବାମୀ ବୋଲି କହିଛନ୍ତି ମାନ୍ୟବର ସୁପ୍ରିମ କୋର୍ଟ।

ସେ କହିଛନ୍ତି ଯେ ପତ୍ନୀ ସ୍ବାମୀ ଙ୍କ ଦ୍ଵାରା ଅର୍ଜିତ ସମ୍ପତି ନୁହଁ,ତେଣୁ ଯଦି ମହିଳା ଙ୍କ ଇଛା ନାହିଁ ତେବେ ସେ ସ୍ବାମୀ ଙ୍କ ପାଖରେ ରହିବେ ନାହିଁ।ଏଥି ପାଇଁ ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ।

ବିଚାରପତି ମଦନ ବି ଲୋକୁର୍ ଓ ଦୀପକ ଗୁପ୍ତା ଙ୍କୁ ନେଇ ଗଠିତ ସୁପ୍ରିମ କୋର୍ଟ ର ଏକ ଖଣ୍ଡପୀଠ ଆଜି ଏହି ମନ୍ତବ୍ୟ ଦେଇଛନ୍ତି।

ଏଭଳି କେତେକ ଘଟଣା ନଜର କୁ ଆସିଥିଲା ଯେଉଁଥିରେ ସ୍ତ୍ରୀ ସ୍ବାମୀ ଙ୍କ ପାଖରେ ରହିବାକୁ ଚାହୁଁ ନଥିଲେ କିନ୍ତୁ ସ୍ବାମୀ ସ୍ତ୍ରୀ ଙ୍କୁ ରଖିବାକୁ ଚାହୁଁ ଥିଲେ।

ଏହି ସବୁ କୁ ଆଖି ଆଗରେ ରଖି ଏହି ନିଷ୍ପତି ନିଆ ଯାଇଛି।

ତେବେ ଆପଣଙ୍କର ଏହା ଉପରେ କଣ ମତାମତ ଆମକୁ ଜଣାନ୍ତୁ।

Leave a Reply

Your email address will not be published. Required fields are marked *