ସ୍କୁଲ ପରିସରରୁ  ୧୧ କେଭି ବିଦ୍ୟୁତ୍‌ ତାର ହଟାଇବା ଦାବିରେ  କୁନି ପିଲାମାନେ  ଦେଲେ ଧାରଣା

ବିଦ୍ୟାଳୟ ଉପର ଦେଇ  ଯାଇଛି ୧୧ କେଭି ବିଦ୍ୟୁତ୍‌ ତାର I ଘଟଣା ଟି ହେଉଛି ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାରସର ପଞ୍ଚାୟତ ଅଧୀନ ବଙ୍ଗାଳିପଦା ଉଚ୍ଚ ପ୍ରାଥମିକ ସ୍କୁଲ  ର I ୧୧ କେଭି ବିଦ୍ୟୁତ୍‌ ତାର କୁ ବିଦ୍ୟାଳୟ ପରିସର ରୁ ହଟାଇବା ପାଇଁ ସ୍କୁଲ ଶିକ୍ଷକ ଏବଂ  ଗ୍ରାମବାସୀ  ବାରମ୍ବାର ଜଣାଇଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ କର୍ଣ୍ଣପାତ କରିନଥିଲେ  ଫଳରେ  ଗତକାଲି   ନୂତନ ଗୃହର  ତିଆରି ବେଳେ ତାର ସଂସ୍ପର୍ଶରେ  ଆସି ଜଣେ ଶ୍ରମିକ  ଗୁରୁତର ଆହତ  ହୋଇଥିଲେ। ଆଗାମୀ ଦିନରେ  ହୁଏତ ଅଧିକ କିଛି ଘଟିପାରେ , କିନ୍ତୁ ବିଦ୍ୟୁତ ବିଭାଗ ଚୁପ ରହୁଥିବାରୁ ବାଧ୍ୟ ହେଇ  ସ୍କୁଲ ର ସମସ୍ତ  ଛାତ୍ରୀଛାତ୍ରମାନେ  ଆଜି ଧାରଣା ଦେଇଛନ୍ତି। ଯେ ପର୍ଯ୍ୟନ୍ତ  ୧୧ କେଭି ବିଦ୍ୟୁତ୍‌ ତାର ନ ହଟାଯାଇଛି ସେ ପର୍ଯ୍ୟନ୍ତ ଧାରଣା ରେ ବସିରହିବେ ଛାତ୍ରଛାତ୍ରୀ I

Leave a Reply

Your email address will not be published. Required fields are marked *