ସରିଲା ମାର୍ଚ୍ଚ I   ଅଧାରେ ଝୁଲୁଛି ନେସ୍କୋ ୱେସ୍କୋ , ସାଉଥକୋ , ସେସୁ ର ଭାଗ୍ୟ  I ଆଶା ଆଶଙ୍କା ରେ ବିଦ୍ୟୁତ କର୍ମଚାରୀ !!

ଓଡିଶା ର ବିଦ୍ୟୁତ ବିଭାଗ ସମ୍ପୂର୍ଣ ଭାବରେ ଭୁଶୁଡି ପଡିଛି I  ନେସ୍କୋ ୱେସ୍କୋ , ସାଉଥକୋ , ସେସୁ ରେ ଆବଶ୍ୟକ ପରିମାଣରେ କର୍ମଚାରୀ ନାହାନ୍ତି I ଦୀର୍ଘ ଦିନ ଧରି  ପୋଷ୍ଟିଙ୍ଗ ଦିଆଯାଉନି I  ବିଦ୍ୟୁତ କ୍ଷେତ୍ର ରେ ସଂସ୍କାର ଆଣିବା ପାଇଁ ଓଡିଶା ବିଦ୍ୟୁତ ବିଭାଗକୁ ଘରୋଇ କମ୍ପାନୀ ହାତରେ ଟେକି ଦିଆଯାଇଥିଲା, କିନ୍ତୁ ଦୁଃଖର ସହିତ ବୋଧ ହୁଏ କହିବାକୁ ପଡୁଛି ସତେ ଯେପରି  ବିଦ୍ୟୁତ ସଂସ୍କାର  ଯେପରି ଅଭିଶାପ ପାଲଟି ଯାଇଛି ଓଡିଶା ବିଦ୍ୟୁତ ବିଭାଗକୁ  I ବିଦ୍ୟୁତ ସଂସ୍କାର ନାଁରେ ଘରୋଇ କରଣ  ବୋଧହୁଏ  ବିଦ୍ୟୁତ ବିଭାଗରେ ନିଯୁକ୍ତି ର ସବୁ ବାଟ ଓଗାଳି ବସିଲା ,ଯାହାର ସିଧା ପ୍ରଭାବ ବିଦ୍ୟୁତ ଉପଭୋକ୍ତା ଙ୍କ ଉପରେ ପଡୁଥିଲେ ମଧ୍ୟ ଓଡିଶା ଉପଭୋକ୍ତା ଚୁପ ରହିବା ଅତି କଷ୍ଟଦାୟକ ନିଚୟ I
ବାରମ୍ବାର ବିଦ୍ୟୁତ ବିଭାଗର  ଘରୋଇ କରଣ ରେ  ବାହାର କମ୍ପାନୀ ମାନେ କୋଟି କୋଟି ଟଙ୍କା ହଡପ କରିଥିଲେ ମଧ୍ୟ ପୁନର୍ବାର ଫ୍ରାଞ୍ଚାଇଜ ନାମରେ ବିଦ୍ୟୁତ ଡିଭିଜନ ର ଅନେକ ଡିଭିଜନ କୁ ଟେକିଦିଆଗଲା  ଘରୋଇ କମ୍ପାନୀ ମାନଙ୍କୁ ଏବଂ ଓଡିଶା  ବିଦ୍ୟୁତ ବିଭାଗ ରେ ନିଯୁକ୍ତି ବଦଳରେ ଫ୍ରାଞ୍ଚାଇଜ ରେ ସ୍ୱଳ୍ପ ବେତନରେ ନିଯୁକ୍ତି ପାଇଲେ ନୂତନ କର୍ମଚାରୀ I ଏକ ସର୍ବେକ୍ଷଣ ରୁ ଜଣାପଡିଛି ସେସୁ ରେ 6600 ଏବଂ ନେସ୍କୋ ୱେସ୍କୋ , ସାଉଥକୋ  ରେ 11500 ଠିକା କର୍ମଚାରୀ କାର୍ଯ୍ୟକରୁଛନ୍ତି I  
ଫ୍ରାଞ୍ଚାଇଜ ମାନଙ୍କର  ହିସାବ ପତ୍ର , ଅଡିଟ   ଠିକ ସେ ରଖାଗଲାନି ଯାହା ଫଳରେ ଫ୍ରାଞ୍ଚାଇଜ ଗୁଡିକ ତାଙ୍କ ମନ ମୁତାବକ କାର୍ଯ୍ୟ କରିବାକୁ ଲାଗିଲେ ଆଉ ଏଇଥିରେ ସାହାଯ୍ୟ କଲେ କିଛି ମୁଷ୍ଟିମେୟ ଅସାଧୁ ବିଦ୍ୟୁତ କର୍ମଚାରୀ  ଯାହାଫଳରେ କିଛି ଫ୍ରାଞ୍ଚାଇଜ ସହସ୍ରାଧିକ କୋଟି ଟଙ୍କାର ହରଣ ଚାଲ କରିଥିଲେ ମଧ୍ୟ ବିଦ୍ୟୁତ ଅଧିକାରୀ ମାନେ କେବଳ ଫ୍ରାଞ୍ଚାଇଜ ଆଗରେ ସଖି କଣ୍ଢେଇ  ସାଜିବା  ଛଡା ଅନ୍ୟ ବାଟ ନାହିଁ  I ଏହାପରେ ମଧ୍ୟ ବିଭାଗ ର ଚେତା ପଶୁନି ନେସ୍କୋ ୱେସ୍କୋ , ସାଉଥକୋ  ର  ଡିଭିଜନ ଗୁଡିକୁ ଫ୍ରାଞ୍ଚାଇଜ ପାଇଁ ଟେଣ୍ଡର ଡକାଯାଉଥିବା ବେଳେ ଅନ୍ୟ ପଟେ ଦାୟିତ୍ୱ ରେ ଥିବା ବଣ୍ଟନ କମ୍ପାନୀ ଗୁଡିକୁ  ମଧ୍ୟ ସମ୍ପୂର୍ଣ୍ଣ ଘରୋଇ କରଣ ପାଇଁ ଉଦ୍ୟମ ଜାରି  ରଖିଛି ଡ଼ିସକମ   I  ସେହିପରି ସେସୁ କୁ ଆର୍ଥିକ କ୍ଷତି ଦର୍ଶାଇ ଘରୋଇକରଣ ପାଇଁ ଟେଣ୍ଡର ଡକାଯାଇଥିଲା I ସୂଚନା ଥାଉ କି ବିଗତ ପାଞ୍ଚ ବର୍ଷ ତଳେ ଓଡିଶା ବିଦ୍ୟୁତ ବିଭାଗର ପୂର୍ବ ଭାଗ ଦାୟିତ୍ୱ ରେ ଥିବା ସେସୁ ର ପାଖାପାଖି  ଅଧିକାଂଶ ଡିଭିଜନ କୁ  ଏଂଜେନ , ଏସୟୁପିଏଲ ଆରୟୁପିଏଲ ଏବଂ ଫେଡ଼କୋ ଭଳି  କମ୍ପାନୀ ହାତକୁ ଟେକିଦିଆଯାଇଥିଲା ଯାହାର  ମାର୍ଚ୍ଚ 2018 ରେ କାର୍ଯ୍ୟକାଳ  ସରିଥିଲେ ମଧ୍ୟ ବର୍ତମାନ ପରିସ୍ଥିତି କୁ ଦେଖି ଜୁନ-18 ପର୍ଯ୍ୟନ୍ତ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି I 

ମାର୍ଚ୍ଚ   ଶେଷ ସୁଧା ନେସ୍କୋ ୱେସ୍କୋ , ସାଉଥକୋ , ସେସୁ ର ଟେଣ୍ଡର ର ସବିଶେଷ ତଥ୍ୟ ଜଣାପଡ଼ିଯିବ ବୋଲି ବିଭାଗ ପୂର୍ବରୁ ସୂଚନା ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜଣାପଡ଼ିନି ,ତେବେ ୟା ଭିତରେ ମାର୍ଚ୍ଚ ସରିଯାଇଥିଲେ  ମଧ୍ୟ ବହୁ ଆଶା ଆଶଙ୍କା ରେ କଟୁଛି କର୍ମଚାରୀ ଙ୍କ ଦିନ I କଣ ହେବ ସେସୁ  ନେସ୍କୋ ୱେସ୍କୋ ସାଉଥ କୋ ର ଭବିଷ୍ୟତ ?   ଘରୋଇ କମ୍ପାନୀ ହାତକୁ ଚାଲିଯିବ କି ସେମାନଙ୍କର ଭାଗ୍ୟ ?

Leave a Reply

Your email address will not be published. Required fields are marked *