ଭୁଶୁଡି ପଡିଥିବା  ବିଦ୍ୟୁତ କ୍ଷେତ୍ରରେ ଫ୍ରାଞ୍ଚାଇଜ :କିଛି କଥା  , କିଛି ଅକୁହା ବ୍ୟଥା !!!

ସ୍ୱତନ୍ତ୍ର ଉପସ୍ଥାପନା : ଗୋପାଳ ଚନ୍ଦ୍ର ପତି 

ୟା ଭିତରେ  ବିଦ୍ୟୁତ ବଣ୍ଟନ କମ୍ପାନୀ ସେସୁ ଦ୍ୱାରା  ନିୟୋଜିତ ଚାରୋଟି  ଫ୍ରାଞ୍ଚାଇଜ ର ନିର୍ଧାରିତ ଚୁକ୍ତି ମୀଆଦ ସରିଯାଇଛି ଏବଂ ବିଦ୍ୟୁତ କ୍ଷେତ୍ରରେ ଲାଗି ରହିଥିବା ଅସ୍ଥିରତା ପାଇଁ ଆଗାମୀ ଜୁନ-18 ପର୍ଯ୍ୟନ୍ତ ଫ୍ରାଞ୍ଚାଇଜ କାର୍ଯ୍ୟକାଳ କୁ ବର୍ଦ୍ଧିତ କରାଯାଇଛି I ତେବେ ଯଦି ଫ୍ରାଞ୍ଚାଇଜ ର ପାଞ୍ଚ ବର୍ଷ ର କାର୍ଯ୍ୟକାଳ କୁ ତର୍ଜମା କରାଯାଏ  ତେବେ  କିଛି ଜାଗାରେ ଫ୍ରାଞ୍ଚାଇଜ ସଫଳ ହେଇଛି ତ କିଛି ଜାଗାରେ ବିଫଳ ହେଇଛି I ଅନ୍ୟପଟେ ଆଶା ଆଶଙ୍କାରେ କର୍ମଚାରୀ , ଗୋଟେ ପଟେ ସେସୁ ,ନେସ୍କୋ,ୱେସ୍କୋ ସାଉଥ କୋ   କୁ ଘରୋଇକରଣ ପାଇଁ ଉଦ୍ୟମ ଚାଲିଥିବା ବେଳେ ଅନ୍ୟ ପଟେ ଡିଭିଜନ ଗୁଡିକୁ  ଘରୋଇ କରଣ  ପାଇଁ ପ୍ରଚେଷ୍ଟା ଚାଲିଛି I  ବଡ ଜଟିଳ ଅବସ୍ଥାରେ ଓଡିଶା ବିଦ୍ୟୁତ ବିଭାଗ I

ଫ୍ରାଞ୍ଚାଇଜ ର ପ୍ରବେଶ  :

ଯଦି ଓଡିଶା କଥା ବିଚାର କରାଯାଏ , ବିଦ୍ୟୁତ  ବିଭାଗ  ପ୍ରତି ସରକାର  ସମ୍ପୂର୍ଣ୍ଣ ଭାବରେ ଆଖି ବୁଜିଦେଇଛନ୍ତି ,ସରକାର ଙ୍କ ଅପାରଗତା ଏବଂ ଦାୟିତ୍ୱ ରେ ଥିବା  ବିଭାଗୀୟ କର୍ତ୍ତୃପକ୍ଷ ମାନଙ୍କର ବିଫଳତା ପାଇଁ ବିଦ୍ୟୁତ ବଣ୍ଟନ କମ୍ପାନୀ ଗୁଡିକ କ୍ରମଶଃ  ଦେବାଳିଆ ହେବାକୁ ଲାଗିଲା I  କୋଟି କୋଟି ଟଙ୍କାର ବକେୟା ଶୁକ୍ଳ  ଉପଭୋକ୍ତା ମାନଙ୍କ ଉପରେ ପଡ଼ିରହିଲା , ତାକୁ ଆଦାୟ କରିବାକୁ କୌଣସି ପ୍ରଚେଷ୍ଟା କରାଗଲାନି , କାହିଁକିନା ବିଭାଗ ପାଖରେ ଆବଶ୍ୟକ କର୍ମଚାରୀ ନଥିଲେ I ଆବଶ୍ୟକ କର୍ମଚାରୀ ନଥିବାରୁ ଉପଭୋକ୍ତା ଙ୍କୁ ସଠିକ ବିଦ୍ୟୁତ ସେବା ଯୋଗାଇଦେବା ସମ୍ଭବ ନଥିଲା ବଣ୍ଟନ କମ୍ପାନୀ ଗୁଡିକର I ଗାଁ ଗହଳି କଥା ଦୂରେ ଥାଉ ସହରାଞ୍ଚଳ ଗୁଡିକରେ ଅତି ନିମ୍ନମାନର ବିଦ୍ୟୁତ ଯୋଗାଇଦିଆଯାଉଥିଲା, ତାହା ପୁଣି ଯଦି  ଟିକିଏ ପବନ ବହେ ତତକ୍ଷଣାତ  ସରବରାହ ବନ୍ଦ  ରହୁଥିଲା  ଏବଂ 2/3 ଦିନ ଲାଗିଯାଉଥିଲା I ସଠିକ ବିଦ୍ୟୁତ ସେବା ନପାଇବାରୁ ଉପଭୋକ୍ତା ବି ଦେୟ ଦେବାକୁ  ଦୁନିଆ ଆଳ ଦେଖାଉଥିଲେ ,କ୍ରମଶଃ   ଅଧିକାଂଶ ଉପଭୋକ୍ତା ମାନଙ୍କ   ପାଇଁ ଏହା ଏକ ମାଗଣା ସେବା ଭାବରେ ଅଭ୍ୟସ୍ତ ହେଇଗଲା I  କୋଟି କୋଟି ଟଙ୍କାର ବକେୟା ଶୁକ୍ଳ  ଉପଭୋକ୍ତା ମାନଙ୍କ ଉପରେ ପଡ଼ିରହିଲା  I    ଦୁର୍ବଳ ଆର୍ଥିକ ସ୍ତିତି  ରୁ ବଣ୍ଟନ କମ୍ପାନୀ  ଗୁଡିକୁ  ଉଦ୍ଧାର କରିବାକୁ ଦୁଇଟି ବାଟ ଥିଲା ପ୍ରଥମତଃ  ବିଦ୍ୟୁତ ବିଭାଗ ରେ ତୁରନ୍ତ ଆବଶ୍ୟକ ପଦବୀ ପୂରଣ କରିବା   ଦ୍ୱିତୀୟତ  ବିଦ୍ୟୁତ ବିଭାଗ କୁ ଘରୋଇକରଣ କରିବା I

ସେସୁ ରେ ଫ୍ରାଞ୍ଚାଇଜ :

ବିଦ୍ୟୁତ ବିଭାଗର ଉଞ୍ଚପଦସ୍ଥ କର୍ତ୍ତୃପକ୍ଷ ଦ୍ୱିତୀୟ ଅପ୍ସନ କୁ ପସନ୍ଦ କଲେ ବିଦ୍ୟୁତ ବିଭାଗରେ ସଂସ୍କାର ନାମରେ 2008 ମସିହା ରେ  ପ୍ରଥମେ 60% ରୁ ଅଧିକ କ୍ଷତି ରେ ଥିବା  ସେସୁ ର 20  ଟି ସବଡ଼ିଭିଜନ କୁ IBDF (input based distribution franchisee)  ଏବଂ 41  ଟି ସବଡ଼ିଭିଜନ କୁ  RBDF (revenue based distribution franchisee) ଟେଣ୍ଡର ଡକାଗଲା
ନେସ୍କୋ ରେ ଫ୍ରାଞ୍ଚାଇଜ :

1.4.2008 ମସିହା ରେ IBADF (Input based assured   distribution franchisee)  ମଡେଲ ଦ୍ୱାରା ନେସ୍କୋ ର ଦୁଇଟି ସବଡ଼ିଭିଜନ ଧର୍ମଶାଳା ଏବଂ ଯାଜପୁର ଟାଉନ କୁ ଏଂଜେନ ହାତରେ ଟେକିଦିଆଗଲା I ଛ ମାସ ପରେ ତର୍ଜମା କରି ଦେଖାଗଲା ଯେ :ଘରୋଇକରଣ ଦ୍ୱାରା

1) ପୂର୍ବ ବର୍ଷ ଅପେକ୍ଷା ପାଖାପାଖି 5.8 MU  ହ୍ରାସ

2) ବିଲିଂ Efficiency ପୂର୍ବ ବର୍ଷ ଅପେକ୍ଷା 32.17 ରୁ 37,11 କୁ  ବୃଦ୍ଧି

3) T &D Loss 66.92% ରୁ 61.92 ଯାଜପୁର ଟାଉନ  , 69.56 % ତୋ 63.89% ଧର୍ମଶାଳା

4) କଲେକ୍ସନ Efficiency 55.79% to 60.91% କୁ ବୃଦ୍ଧି

କହିବାକୁ ଗଲେ AT & C   LOSS  82.05% ରୁ  ଛ ମାସ ମଧ୍ୟରେ ସିଧାସଳଖ  77.39% କୁ ଚାଲିଆସିଲା I

ଫଳରେ ବୋଧହୁଏ କର୍ତ୍ତୃପକ୍ଷ ମାନଙ୍କର ଅଲଗା ଡିଭିଜନ ଗୁଡିକୁ ଘରୋଇକରଣ ପାଇଁ ଉତ୍କଣ୍ଠା ବଢ଼ିଲା ଏବଂ ପରେ ବାଲେଶ୍ୱର, ବାରିପଦା , ଭଦ୍ରକ , ଡିଭିଜନ କୁ ଛୋଟ ଛୋଟ NGO , SHG ହାତକୁ ଟେକିଦିଆଗଲା

ୱେସ୍କୋ   ରେ ଫ୍ରାଞ୍ଚାଇଜ :-



2000 ମସିହାରେ ଦେଓଗଡ , ବରଗଡ , ଏବଂ Godbhaga  ରେ ପ୍ରଥମ କରି ୱେସ୍କୋ ଦ୍ୱାରା ଫ୍ରାଞ୍ଚାଇଜ ଆରମ୍ଭ ହେଇଥିଲା ଏବଂ ପରେ 1.7 2008 ରେ କଣ୍ଟାବାଞ୍ଝି , ପାଟଣାଗଡ କୁ ଏନଜେନ ହାତକୁ ଟେକିଦିଅଯାଇଥିଲା I

ସାଉଥକୋ  ରେ ଫ୍ରାଞ୍ଚାଇଜ:

1.5.2006  ରେ BED -1 ,BED -2 , ବ୍ରହ୍ମପୁର ,BNED ଭଞ୍ଜନଗର ,GNED ,ଛତ୍ରପୁର ,GSED  ଦିଗପହଣ୍ଡି , AED ,Aska ,କୁ ଜୟ ଜଗନ୍ନାଥ  ଆସୋସିଏଟ ,WISE ,IMPEL  ସିକୁରିଟି  ଆଣ୍ଡ ଆଲାଏଡ ସର୍ଭିସ ,STMS କନ୍ସଲଟାନ୍ସ   ଫ୍ରାଞ୍ଚାଇଜ ହାତକୁ ଟେକିଦିଅଯାଇଥିଲା  ଏବଂ ଫ୍ରାଞ୍ଚାଇଜ ମାନଙ୍କର ବିଫଳତା ପାଇଁ ନଭେମ୍ବର 6 ରେ ସମସ୍ତ କମ୍ପାନୀ କୁ ବରଖାସ୍ତ କରାଯାଇଥିଲା I

ପରେ ରମ୍ଭା ଏବଂ ଖଲିକୋଟ ର ଅଧିକ AT & C  କ୍ଷତି ଯୋଗୁ ଏଂଜେନ କୁ 1.5.2008 ରେ 5 ବର୍ଷ ପାଇଁ ଦାୟିତ୍ୱ ଦିଆଯାଇଥିଲା I

କଥା ଉଠୁଛି ଯେଉଁଠି ଦୀର୍ଘ ସତର ବର୍ଷ ହେଲାଣି  ଫ୍ରାଞ୍ଚାଇଜ ପ୍ରବେଶ କଲାଣି  ଓଡ଼ିଶାରେ , ସେଠି ତଥାକଥିତ ଏବେ  ବିରୋଧ କରୁଥିବା ନେତା ମାନେ କଣ ଆଗରୁ ଜାଣିନଥିଲେ ଏ ବିଷୟରେ ? ନା ଧରି ନିଆଯିବ ଯେ ଏମାନଙ୍କର ବି ହାତ ଥିଲା ସେ ସମୟରେ I ସତର ବର୍ଷରେ ପାଖାପାଖି ସୃଷ୍ଟି ହେଇଛନ୍ତି 18 ହଜାରରୁ  ଉର୍ଧ ଠିକା କର୍ମଚାରି ,ଏଥିପାଇଁ ଦାୟୀ କିଏ ? ଫ୍ରାଞ୍ଚାଇଜ ନା ସରକାର ନା ବିଭାଗୀୟ ଅଧିକାରୀ ?
ଫ୍ରାଞ୍ଚାଇଜ ଦ୍ୱାରା ନିର୍ଚିନ୍ତ ଭାବରେ  ଅଧିକାଂଶ ଜାଗାରେ ବିଦ୍ୟୁତ ସେବାର ଗୁଣବତ୍ତା ବଢିଛି ଏଇଥିରେ ଦ୍ୱିମତ ହେବାର ନାହିଁ , I ଓଡିଶା ରେ ବିଦ୍ୟୁତ କୁ ଏକ ମାଗଣା ବ୍ୟବହାର୍ଯ୍ୟ ଭାବରେ  ଅଧିକାଂଶ ଓଡିଶା ବାସି ଗ୍ରହଣ କରିନେଇଥିଲେ, ଫ୍ରାଞ୍ଚାଇଜ ଆସିବା ଦ୍ୱାରା ମାଗଣା ବ୍ୟବହାର କରୁଥିବା ଉପଭୋକ୍ତା , ଏବଂ ସ୍ୱାର୍ଥରେ ଆଞ୍ଚ ଆସୁଥିବା କିଛି ଦଲାଲ ମାନେ  ଫ୍ରାଞ୍ଚାଇଜ କୁ ନିଚୟ ବିରୋଧ କରିବେ ଏଇଥିରେ ଭାବିବାର କଣ ଅଛି ?

ତେବେ ଏହା ସତ୍ୟ କିଛି ଫ୍ରାଞ୍ଚାଇଜ ରେ ଅନିୟମିତତା ହେଉଛି ଏହାକୁ ଅଡିଟ କରି ଚୋରକୁ ଦଣ୍ଡ ଦେବା ରାଜ୍ୟ ଶକ୍ତି ବିଭାଗରେ ଥିବା ଦାୟିତ୍ୱବାନ ଅଫିସର ଙ୍କ କର୍ତ୍ୟବ୍ୟ ନୁହେଁ କି ? ଯେହେତୁ ଦାୟିତ୍ୱ ବାନ ଅଫିସର ମାନେ ଚୁପ ରହୁଛନ୍ତି ତେଣୁ ଫ୍ରାଞ୍ଚାଇଜ କୁ ମଉକା ମିଳୁଛି ଅଧିକ ଦୁର୍ନୀତି ରେ ଲିପ୍ତ ହେବI ପାଇଁ I

ପ୍ରତି ବର୍ଷ ସ୍ୱର୍ଚ୍ଛ ଅଡିଟ ଦ୍ୱାରା ଫ୍ରାଞ୍ଚାଇଜ ରେ କେତେ ଲାଭ ଏବଂ କ୍ଷତି ହେଇଛି ତାହା ସର୍ବସମ୍ମୁଖରେ ପ୍ରକାଶ କରିବା ସହିତ ଦୁର୍ନୀତି ଏବଂ କ୍ଷତି କରୁଥିବା ଫ୍ରାଞ୍ଚାଇଜ ଗୁଡିକୁ ତୁରନ୍ତ ଲାଇସେନ୍ସ ରଦ୍ଧ କରାଯାଇ ତାଙ୍କ ଠାରୁ କ୍ଷତି ଭରଣା କରାଗଲେ ବୋଧହୁଏ ଅନ୍ୟ ଫ୍ରାଞ୍ଚାଇଜ ମାନେ ଦୁର୍ନୀତି କରିବା ପୂର୍ବରୁ ଶହେ ଥର ଭାବିବେ ..I
ତେବେ ଫ୍ରାଞ୍ଚାଇଜ ଗୁଡିକରେ ବାହାରୁ ଯେତିକି ବିରୋଧ ଆସୁନି ବେଶୀ ବିରୋଧ ଲାଗି ରହୁଛି ଫ୍ରାଞ୍ଚାଇଜ କର୍ତ୍ତୃପକ୍ଷ ଏବଂ କର୍ମଚାରୀ ଙ୍କ ମଧ୍ୟରେ I  ଗୋଦର କୋଢ଼େ ଯେତେ ମାଡ଼େ ସେତେ ମର୍ମରେ କିଛି ଫ୍ରାଞ୍ଚାଇଜ ମାନେ ଯେତେ ଉର୍ନତି କଲେ ବି କେଉଁଠି ନାଁ କେଉଁଠି ଶ୍ରମିକ ଅଶାନ୍ତି ଫ୍ରାଞ୍ଚାଇଜ କୁ କାଳ ହେଉଛି, ସଠିକ ସମୟରେ ଦରମା ମିଳୁନି , ଦେଖାଯାଉଛି 5/6 ମାସରେ ଥରେ ଦରମା ମିଳୁଛି ସେ ପୁଣି 4000/5000  ତେଣୁ ଏହା ସ୍ୱାଭାବିକ ଭାବରେ ଠିକା କର୍ମଚାରୀ ଙ୍କ ମନକୁ ଦୋହଲେଇଦେଉଛି  ଯାହା ଫଳରେ ବିଦ୍ରୋହ ସୃଷ୍ଟି ହେଉଛି  I

ଫ୍ରାଞ୍ଚାଇଜ ମାନେ ଯେତେ ଉର୍ନତି କଲେ ବି କର୍ମଚାରୀ ଙ୍କ ପ୍ରତି ଥିବା ବୈମାତୃକ ମନବୃତି ଯୋଗୁ ଆଜି ଫ୍ରାଞ୍ଚାଇଜ କିଛି ସ୍ତରରେ ନିନ୍ଦିତ କିନ୍ତୁ ଏହା ସତ୍ୟ ଫ୍ରାଞ୍ଚାଇଜ ଓଡ଼ିଶାରେ ଏକ ବିପ୍ଳବ ସୃଷ୍ଟି କରିଛି  I
ବାକି ରହିଲା  ଫ୍ରାଞ୍ଚାଇଜ ର   କର୍ମଚାରୀ ମାନଙ୍କ କଥା , ଏମାନଙ୍କୁ ଏମିତି ଭାଗରେ ବିଭାଜିତ କରାଯାଇଛି ଯେ 18 ହଜାର ଠିକା କର୍ମଚାରୀ  ପାଖାପାଖି 45 ଟି ସଂଘଠନ ରେ  ବିଭାଜିତ I ଯାହାଫଳରେ ଧର୍ମଘଟ କିମ୍ବା ଧାରଣା ର କିଛି ମୂଲ୍ୟ ନାହିଁ ସରକାର ଙ୍କ ପାଖରେ I ସେସୁ ରେ ପାଖାପାଖି 6600 ଠିକା କର୍ମଚାରୀ କାର୍ଯ୍ୟ କରୁଛନ୍ତି (  RTI  ଦ୍ୱାରା ପ୍ରଦତ୍ତ )  କର୍ମଚାରୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ  ଅଯଥା ରାଜନୀତି ନକରି ଠିକା କର୍ମଚାରୀ ଙ୍କୁ ନିୟମିତ କରିବା  ଦିଗରେ ସମସ୍ତେ ଆଗେଇ ଆସିବା ଆବଶ୍ୟକ I

ଉପସ୍ଥାପନା :ଗୋପାଳ ଚନ୍ଦ୍ର ପତି

Leave a Reply

Your email address will not be published. Required fields are marked *