ହାପି ବାର୍ଥ ଡେ’ ଭୁବନେଶ୍ୱର

 

ରାଜଧାନୀ ଭୁବନେଶ୍ୱରକୁ ୭୦ବର୍ଷ ଛୁଇଁଛି। କିନ୍ତୁ ସ୍ମାର୍ଟ ହେବା ତ ଏବେ ଆରମ୍ଭ ହୋଇଛି। ଐତିହ୍ୟ ନଗରୀ, ମନ୍ଦିରମାଳିନୀ ପରିଚୟ ନେଇ ବଞ୍ଚିଥିବା ଭୁବନେଶ୍ୱର ଇତିମଧ୍ୟରେ ସ୍ମାର୍ଟ ସିଟି ହୋଇଯାଇଛି। ନିଜର ପୁରୁଣା ପରିଚୟକୁ ସାଥୀ କରି ଆଧୁନିକତାକୁ ଆପଣାଇଛି।

ଭୁବନେଶ୍ୱରକୁ ରାଜଧାନୀ ମାନ୍ୟତା ଦେବା ପାଇଁ ଜର୍ମର୍ାନ ଆର୍କିଟେକ୍ଟ ଓଟୋ କୋନିଗ୍‌ସବର୍ଗର ପ୍ରସ୍ତୁତ କରିଥିବା ନକ୍ସା ଏବେକାର ସ୍ମାର୍ଟ ସିଟି ଡିଜାଇନ୍‌ରେ ପୂରା ବଦଳିଯାଇଛି।  ୭୦ବର୍ଷରେ ରାଜଧାନୀ ଯେତିକି ସ୍ୱପ୍ନ ଦେଖୁଛି ତାହା ବାସ୍ତବ ରୂପ ନେଲେ ଆଧୁନିକ ସହରର ସଂଜ୍ଞା ପାଲଟିଥିବା ଇଟାଲି, ସାନଫ୍ରାନସିସ୍କୋ, କାଲିଫର୍ଣ୍ଣିଆ, ବୋଗାଟା, କୁପରଟିନୋ ଭଳି ସହରକୁ ପଛରେ ପକାଇଦେବ। ରାସ୍ତାଘାଟରୁ ଆରମ୍ଭ କରିି ଗମନାଗମନ ବ୍ୟବସ୍ଥା, ସ୍ୱାସ୍ଥ୍ୟରୁ ଆରମ୍ଭ କରି ଶିକ୍ଷା ବ୍ୟବସ୍ଥା, ଜୀବନଶୈଳୀରୁ ଆରମ୍ଭ କରି କ୍ରୀଡ଼ା ଭିତ୍ତିଭୂମିରେ ବ୍ୟାପକ ପରିବର୍ତନ ଆଣିବାକୁ ଯୋଜନା ହୋଇଛି। ଏହାବାଦ୍‌ ଭୁବନେଶ୍ୱରକୁ ପୂର୍ବ ଭାରତରର ଶିକ୍ଷା, କ୍ରୀଡ଼ା, ଆଇଟି, ଐତିହ୍ୟ ଏବଂ ପୁଞ୍ଜିନିବେଶର ହବ୍‌ରେ ପରିଣତ କରାଯିବ। ଭୁବନେଶ୍ୱରକୁ ବିଶ୍ୱର ଏକ ସ୍ୱତନ୍ତ୍ର ସହର ଭାବେ ଗଢ଼ି ତୋଳିବାକୁ ଦେଖାଯାଉଥିବା ସ୍ୱପ୍ନର ମୂଳଦୁଆ ପଡ଼ିଯାଇଛି। ଅପେକ୍ଷା ବାସ୍ତବ ରୂପକୁ।

Leave a Reply

Your email address will not be published. Required fields are marked *