ଓଡ଼ିଆ ନବବର୍ଷ  ରୁ  କେମିତି କଟିବ ବିଜେଡି ଏବଂ ନବୀନ ଙ୍କ ଭାଗ୍ୟ

ଆଜି ଓଡ଼ିଆ ନବବର୍ଷ I ତେବେ ଏହି ନବବର୍ଷ ରେ ଆସନ୍ତୁ ଜାଣିବା ଆମ ରାଜ୍ୟର ମୁଖିଆ ନବୀନ ବାବୁ ଙ୍କ 2018 ରେ  କିପରି କଟିବ ଦିନ I ନବୀନ ବାବୁ ଙ୍କ ରାଶି ନକ୍ଷତ୍ର କୁ ଯଦି ଦେଖା ଯାଏ ତେବେ 

1946 ମସିହା  ବୁଧବାର  ରାତି 1 ଟା ସ୍ଥାନ କଟକ ରେ ଜନ୍ମ ନେଇଥିଲେ ନବୀନ ବାବୁ I ରାଶି  ଆଦ୍ର  ମିଥୁନ 6/3 ଲଗ୍ନ କର୍କଟ , ଚତୁର୍ଥ ଘର ପଞ୍ଚମ କୋଣରେ ବୁଧ ଅବସ୍ତିତ I 

1998 ରୁ 2005 ପର୍ଯ୍ୟନ୍ତ କେତୁ ମହାଦଶା , ରାହୁ ଙ୍କ ପ୍ରଭାବ ରହିଥିଲା କେତୁ ଉପରେ ରାହୁ  ହେଉଛି ରାଜନୈତିକ ଗ୍ରହ,  ରାହୁ ଙ୍କ ଶୁଭ ଦୃଷ୍ଟି ଫଳରେ କୌଣସି ବିରୋଧୀ ଦଳ ସୃଷ୍ଟି ହେଇପାରିନଥିଲେ ଏହି ସମୟରେ ନବୀନ ବାବୁ ଙ୍କ ପାଇଁ I ତେବେ 2005 ଅକଟୋବର ମାସରୁ 2025 ନଭେମ୍ବର ପର୍ଯ୍ୟନ୍ତ ଶୁକ୍ର ପ୍ରଭାବ ରହିବ ଯାହା ଫଳରେ ଅତ୍ୟନ୍ତ ଶୁଭ ରହିବ ନବୀନ ବାବୁ ଙ୍କ ପାଇଁ  , ଯେତେ ବାଧା, ବିଘ୍ନ ସୃଷ୍ଟି ହେଲେ ମଧ୍ୟ  ନବୀନ ବାବୁ  ଦୃଢତାର ସହିତ ସମସ୍ୟା ର ସମାଧାନ କରି ଆଗକୁ ବଢିବେ I 

 କେମିତି କାଟିବ ଓଡ଼ିଆ ନବବର୍ଷ  ବିଜେଡି ଦଳ ପାଇଁ :-

26. ନଭେମ୍ବର 1997 ଭୁବନେଶ୍ୱର ରେ ସମୟ ଦିନ 2.30 ରେ ବିଜେଡି ଦଳ ଗଠନ କରାଯାଇଥିଲା  ,ଜାତକ ଅନୁଯାଇ ବିଜେଡି ଦଳର ରାଶି ହେଉଛି 14/7 ଚିତ୍ରା ତୁଳା  ଏବଂ ଜନ୍ମ ବୃହସ୍ପତି ଚାଲିଛି I 

ଲଗ୍ନ ମିନ ସାଥିରେ ଶନି ,ଶନି ଙ୍କ ପ୍ରଭାବ ଅତ୍ୟନ୍ତ ଶୁଭ  ଥିଲା ,  କିନ୍ତୁ ବର୍ତମାନ ବର୍ତମାନ ବିଜେଡି ଦଳ ରେ  ସେତେ ଖାସ ରହିବ ନାହିଁ , ଦଳ ମଧ୍ୟରେ କପଟ ,ବିଶ୍ୱାସଘାତକ, ଦଳୀୟ କନ୍ଦଳ   ଲାଗି ରହିବ  କିନ୍ତୁ ନବୀନ ଙ୍କ ରାଶି ଭଲ ଥିବାରୁ ଏହାକୁ ଅତି ସହଜରେ ନବୀନ ବାବୁ ସମାଧାନ କରିବେ  I  

ମୋଟାମୋଟି କହିବାକୁ ଗଲେ 2018 ଟି ବିଜେଡି ପାଇଁ ଭଲ ରହିବ I

Leave a Reply

Your email address will not be published. Required fields are marked *