କାହିଁ କେଉଁ ଯୁଗରୁ ଚାଲିଆସୁଥିବା କିଛି ଲୋକବାଣୀ , ସାଧୁ ବାଣୀ ଙ୍କୁ ଆଜିର ସମାଜ ଅନ୍ଧବିଶ୍ୱାସ କହି ହସିଉଡେଇଦେଇଥାଏ I ହୁଏତ ଏହା କିଛି ପରିମାଣରେ ସତ , କିନ୍ତୁ ତଥାପି ପୂର୍ବ କାଳରୁ ଚାଲି ଆସୁଥିବା ଏହି ଉକ୍ତି ର କିଛି ତାତ୍ପର୍ଯ୍ୟ ଅଛି I ଆଜି ଆସନ୍ତୁ ଜାଣିବା ଝିଟିପିଟି କେଉଁଠି ପଡିଲେ ଶୁଭ , କେଉଁଠି ଅଶୁଭ I
ପୁରୁଷ ଉପରେ ଝିଟିପିଟି ପଡିବାର ସଂକେତ
1) ପୁରୁଷର ଡାହାଣ ହାତରେ ଝିଟିପିଟି ପଡିଲେ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ
3) ଡାହାଣ ହାତରେ ଝିଟିପିଟି ଚଢି ବାମ ହାତରେ ଖସି ଥାଏ , ତେବେ ନିକଟ ଭବିଷ୍ୟତ ରେ ଚାକିରୀ କ୍ଷେତ୍ରରେ ପଦୋର୍ନତି ସହିତ ଧନଲାଭ ହେଇଥାଏ
3) ବାମ ହାତରେ ପଡିଲେ ଅଶୁଭ , ଧନ ହାନି ସହିତ କିଛି ରୋଗ ବା ଶରୀର ଅସୁସ୍ଥ ର ସମ୍ଭାବନା I
4) ଆଣ୍ଠୁ ଉପରେ ଝିଟିପିଟି ପଡିଲେ ନିକଟ ଭବିଷ୍ୟତ ରେ ସୁଖ ପ୍ରାପ୍ତି ହେବାର ସମ୍ଭାବନା I
ମହିଳା ଉପରେ ଝିଟିପିଟି ପଡିବାର ସଂକେତ
1) ମହିଳା ମାନଙ୍କର ବାମ ହାତରେ ଝିଟିପିଟି ପଡିଲେ ଅତ୍ୟନ୍ତ ଶୁଭ ବୋଲି ଧରାଯାଏ ,ଘରକୁ ସୌଭାଗ୍ୟ ଆସିଥାଏ I
2) ଡାହାଣ ହାତରେ ପଡିଲେ ଅଶୁଭ , ଧନହାନୀ ହେଇଥାଏ , ଅଯଥା ବାଦ ବିବାଦ ହେଇଥାଏ I
3) ସ୍ତ୍ରୀ ର ଗର୍ଭାବସ୍ଥାରେ ନାଭି ଉପରେ ଝିଟିପିଟି ପଡିଲେ ପୁତ୍ର ସନ୍ତାନ ର ସଂକେତ
ଅନ୍ୟାନ୍ୟ କ୍ଷେତ୍ରରେ
ଝିଟିପିଟି ଝଗଡା କରୁଥିବାର ଆପଣ ଦେଖିଲେ , ସତର୍କ ରୁହନ୍ତୁ ନଚେତ କାହାସହିତ ଝଗଡା ହେଇପାରେ I
ଯଦି ଝିଟିପିଟି ମିଳନ କରୁଥିବା ସମୟରେ ଦେଖାଯାଏ ତେବେ ଆପଣଙ୍କର ଅତି ପ୍ରିୟ ସାଙ୍ଗ ଦେଖା ହେବେ I
ଭୋଜନ କରୁଥିବା ସମୟରେ ଝିଟିପିଟି ଦେଖିଲେ ଏହା ଶୁଭ ହୋଇଥାଏ
Copyright @ OdishaExclusive.in