ହରିଲୁଟ ହେଇଯାଇଛି କି ରତ୍ନଭଣ୍ଡାର ର କୋଟି କୋଟି ରତ୍ନ ?

ସବୁଠୁ ଧନୀ ଦେବତା ବୋଲି  ଜଗନ୍ନାଥଙ୍କୁ କୁହାଯାଏ I ଆକଳନ କରାଯାଏ ଯେ  ରତ୍ନ ଭଣ୍ଡାରରେ ସବୁଠୁ ଅଧିକ ମୂଲ୍ୟବାନ ରତ୍ନ ଅଳଂକାର , ମଣି ମାଣିକ୍ୟ ଏବଂ ଅନ୍ୟ ବହୁ ମୂଲ୍ୟବାନ ସାମଗ୍ରୀ  ଅଛି , ପୂର୍ବେ ଗଜପତି ରାଜା ଯେଉଁ ରାଜା ମହାରାଜା ଙ୍କୁ ଯୁଦ୍ଧରେ ପରାସ୍ତ କରୁଥିଲେ ସମସ୍ତଙ୍କ ର ମୁକୁଟ ଏବଂ  ହୀରଲୀଳା ରତ୍ନ ଭଣ୍ଡାରରେ ଗଛିତ କରି ରଖାଯାଉଥିଲା I ଏହା ବହୁ ପୁରାତନ ହେଲାଣି ତେଣୁ ଏହାର ଯାଞ୍ଚ ହେବା ନିହାତି ଜରୁରୀ , କିନ୍ତୁ  ରତ୍ନଭଣ୍ଡାର ଖୋଲିବା  କୁ ବିରୋଧ କରିବା ମାନେ କଣ ? ଏମିତିକି ଜଣେ ଦୁଇଜଣ ସେବାୟତ ସ୍ୱେଚ୍ଛାକୃତ ଆତ୍ମହତ୍ୟା  ଆବେଦନ କରିଛନ୍ତି I ରତ୍ନଭଣ୍ଡାର ଖୋଲାଗଲେ  ଏମାନେ ଜୀବନ କାହିଁକି ହାରିବେ ? ସବୁ ଘଟଣା କୁ ମିଶାଇଲେ ବଡ  ରହସ୍ୟ ଏବଂ ସନ୍ଦେହ ସୃଷ୍ଟି ହେଉଛି I 

ଏୟା ବୁଝିନେବାକୁ ହେବ କି ରତ୍ନଭଣ୍ଡାର ରେ ସବୁ ଗଛିତ ରତ୍ନ ର ହରିଲୁଟ ହେଉଯାଇଛି ? ଯାହାର ରହସ୍ୟ  ପଦାକୁ ଆସିବାକୁ ଦିଆଯାଉନି ? କାହିଁକିନା ରତ୍ନଭଣ୍ଡାର ଖୋଲାଯିବା ପୂର୍ବରୁ  ମହାପ୍ରଭୁ ଙ୍କ ପତିତ ପାବନ ବାନା ପବନରେ ଉଡିଯିବାକୁ ନେଇ କିଛି ଅଜଣା ବ୍ୟକ୍ତି ଚିଲ ନେଇଯିବା ଭଳି ଗୁଜବ ସୃଷ୍ଟି କରି ଦର୍ଶାଇବାକୁ ଚେଷ୍ଟା କରୁଥିଲେ କି ଏହା ଅଶୁଭ ରତ୍ନ ଭଣ୍ଡାର ଖୋଲାନଯାଉ I 

ତେବେ ୧୯୮୪ ରେ ଶେଷ ଥର ପାଇଁ  ରତ୍ନ ଭଣ୍ଡାର ଦ୍ୱାର ଖୋଲାଯାଇଥିଲା । ପ୍ରଥମ କୋଠରୀ ରେ କେବଳ ଜଗନ୍ନାଥ ଙ୍କ ବ୍ୟବହୃତ  ଅଳଂକାର  ରହିଥାଏ , ଯାହାକି ରଥଯାତ୍ରା ଏବଂ ଅନ୍ୟାନ୍ୟ ପର୍ବରେ ପ୍ରଭୁ ଙ୍କୁ ଲାଗି କରାଯାଇଥାଏ , ଯାହାର ତାଲିକା ଅଛି I କିନ୍ତୁ ଦ୍ୱିତୀୟ  କୋଠରୀ ରେ କେତେ ପରିମାଣରେ ଅଳଙ୍କାର, ରତ୍ନ  ଅଛି , ତାହାର ତାଲିକା ନାହିଁ I କୁହାଯାଏ ପାଞ୍ଚଟି ସିନ୍ଦୁକ ଅଛି କିନ୍ତୁ  ୧୯୮୪  ରେ  ଯାଞ୍ଚ  ସମୟରେ ସିନ୍ଦୁକର ତାଲା ନଥିଲା ,  କୋଟି କୋଟି ଟଙ୍କାର ରତ୍ନ ଯେଉଁଠି ଅଛି ସେଠି ସିନ୍ଦୁକରେ  ତାଲା ପଡିଲାନି କିପରି ? ଏହା ଅର୍ଥ କଣ ହେଇପାରେ ?  ଧରିନିଆଯିବ କି ରତ୍ନ ସବୁ ହରଣଚାଲ ହେଇଯାଇଛି  ? ଯେଉଁଠିପାଇଁ ରତ୍ନଭଣ୍ଡାର ଖୋଲାନଯିବା ପାଇଁ ବିରୋଧ କରାଯାଉଛି ?  ଗମ୍ଭୀର ଭିତରେ ସାପ ଅଛି ବୋଲି ପ୍ରଚାର କରାଯାଉଛି  , ସତରେ କଣ ସାପ ଅଛି ନା  କୋଟି କୋଟି ରତ୍ନ ହରଣଚାଲ ପରେ ଭକ୍ତ ଙ୍କୁ ସାପର ଭୟ ଦେଖାଇ ସବୁଦିନ ପାଇଁ ଏ ରହସ୍ୟ କୁ ଲୁଚାଇବାକୁ ଉଦ୍ୟମ କରାଯାଉଛି ?  ପ୍ରଥମ କୋଠରୀ ଯାଞ୍ଚ ପରେ କୁହାଯାଉଛି କି ଦ୍ୱିତୀୟ କୋଠରୀ ର ଚାବି ମିଳୁନି , ବିନା ଚାବି ରେ ପ୍ରତିନିଧି ଦଳ ଭିତରକୁ ଯାଇଥିଲେ କାହିଁକି ? 

ଏସବୁ ର ଜବାବ ଜନତା କୁ ସ୍ପଟ ଭାବରେ ଦେବା ଉଚିତ , ଜଗନ୍ନାଥ କାହା ପୈତୃକ ସମ୍ପତି ନୁହନ୍ତି ସେ ସମସ୍ତଙ୍କ ଭଗବାନ , ତେଣୁ ତାଙ୍କ ରତ୍ନଭଣ୍ଡାର ବିଷୟରେ ସବୁ ଭକ୍ତ ନିହାତି ଜାଣିବା ଆବଶ୍ୟକ I

Leave a Reply

Your email address will not be published. Required fields are marked *