କୁହାଯାଏ ମନ୍ତ୍ରୀ ମାନେ କୁଆଡେ ଭାରି ଗମ୍ଭୀର , ରାଜନୀତି ରେ ବନ୍ଧୁ ବୋଲି କିଛି ଗୋଟାଏ ଶବ୍ଧ ନାହିଁ ,କିନ୍ତୁ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି I
ନିଜ ବନ୍ଧୁ ତଥା ବାଙ୍କୀ ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପାଇଁ ମନ୍ତ୍ରୀ ମହେଶ୍ଵର ମହାନ୍ତି ବିଧାନସଭାରେ ଗାଇଥିଲେ “ଦୋସ୍ତ ଦୋସ୍ତ ନା ରହା” I ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଧାୟକ ପ୍ରଭାତ ତ୍ରିପାଠୀ ଓ ତାଙ୍କ ମଧ୍ୟରେ ବନ୍ଧୁତ୍ୱ ସମ୍ପର୍କ ଭାରି ନିବିଡ , ଦୁହେଁ ଦୁହିଁକୁ ଭାଇଚାରା ରେ ବହୁତ ସ୍ନେହ କରନ୍ତି ଇତ୍ୟାଦି ଇତ୍ୟାଦି ବଖାଣିଥିଲେ I
କଥା ଏତିକିରେ ସରିନଥିଲା , ପାଖରେ ଥିବା ବିରୋଧୀ ନେତା ବିଧାୟକ ତାରାପ୍ରସାଦ ବାହୀନିପତିଙ୍କ ପାଇଁ ଏକ ସୁନ୍ଦର ଭଜନ “ପତିତ ଜନକୁ ଉଦ୍ଧରିବା ପାଇଁ” ଗାଇଥିଲେ ମନ୍ତ୍ରୀ ମହୋଦୟ । ତେବେ ,ମନ୍ତ୍ରୀ ଙ୍କ ଗୀତ କୁ ନେଇ ଚାରିଆଡେ ଚର୍ଚା ଚାଲିଛି I