ଅଘୋଷିତବିଦ୍ୟୁତ୍ କାଟ୍ ହେଲେ   1 ଘଣ୍ଟା କୁ ଉପଭୋକ୍ତାଙ୍କୁ ମିଳିବ ୫୦ ଟଙ୍କା  : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା 

ଅଘୋଷିତ ବିଦ୍ୟୁତ୍ କାଟ୍  କୁ ନେଇ ସବୁବେଳେ ଉପଭୋକ୍ତା ଏବଂ ବଣ୍ଟନ କମ୍ପାନୀ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଥାଏ I ବେଳେ ବେଳେ ଉପଭୋକ୍ତା ମାନେ ଅଭିଯୋଗ କରନ୍ତି ଯେ ବଣ୍ଟନ କମ୍ପାନୀ ମାନେ ଜାଣିଶୁଣି  ବିଦ୍ୟୁତ୍ କାଟ୍  କରୁଛନ୍ତି ,ବିଦ୍ୟୁତ୍ କାଟ୍ ପୂର୍ବରୁ କୌଣସି ସୂଚନା ଦେଉନାହାନ୍ତି ,  ତେବେ ଏହାକୁ ଦୃଷ୍ଟି ରେ ରଖି ଦିଲ୍ଲୀ ସରକାର ଉପଭୋକ୍ତା ଙ୍କ ସ୍ୱାର୍ଥରେ ନିର୍ଦେଶ ଦେଇଛନ୍ତି ଯେ ଯଦି ବଣ୍ଟନ କମ୍ପାନୀ  କୌଣସି କାରଣ ନଥାଇ  ବିଦ୍ୟୁତ୍ କାଟ୍  କରନ୍ତି ତେବେ  ଏଥିପାଇଁ ସେମାନଙ୍କୁ ଏହାର ମୂଲ୍ୟ ଉପଭୋକ୍ତା ଙ୍କୁ ଦେବାକୁ ପଡିବ I 

ଯଦି  ବିଦ୍ୟୁତ  ବଣ୍ଟନ ଦାୟିତ୍ୱ ରେ ଥିବା କଂପାନୀ  କୌଣସି କାରଣ ନଥାଇ କିମ୍ବା ଉପଭୋକ୍ତା ଙ୍କୁ ବିଦ୍ୟୁତ୍ କାଟ୍  ର ଯଥା ପୂର୍ବରୁ ଜଣାଇ ନଥାନ୍ତି ତେବେ ଏଥିପାଇଁ  ଘଂଟା ପ୍ରତି ୫୦ ଟଙ୍କା ଲେଖାଏଁ ଗ୍ରାହକଙ୍କୁ  ଦେବାକୁ ବାଧ୍ୟ ଅଟନ୍ତି ବଣ୍ଟନ କମ୍ପାନୀ I ନଚେତ ସେମାନଙ୍କ ବିରୁଧରେ ବିହିତ ପଦକ୍ଷେପ ଗ୍ରହଣ କରାଯିବ I  

 ପ୍ରଥମ ଥର ପାଇଁ   ଦିଲ୍ଲୀ  ରେ ଏଭଳି ବ୍ୟବସ୍ଥା ଲାଗୁ  କରାହେବାକୁ ଯାଉଛି  I  ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ଘୋଷଣା କୁ ସବୁ ମହଲରୁ ସ୍ୱାଗତ କରାଯାଉଛି  I ତେବେ ଦେଖିବାକୁ  ବାକି ରହିଲା ଏଭଳି ବ୍ୟବସ୍ତା ଓଡ଼ିଶାରେ କେବେ ଲାଗୁ ହେଉଛି  !!!

Leave a Reply

Your email address will not be published. Required fields are marked *