ଦୁର୍ଦାନ୍ତ ମାଓ ନେତା ଙ୍କ ପ୍ରେମ କାହାଣୀ : ପ୍ରେମରେ ବଂଚିବାକୁ ପୋଲିସ ପାଖରେ ଆତ୍ମସମର୍ପଣ

କୁହାଯାଏ ପ୍ରେମ  ଅବାଟରୁ ମଣିଷ କୁ ବାଟକୁ ଆଣିଥାଏ , ଠିକ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ରେ ଦୁଇ ଦୁର୍ଦ୍ଧାନ୍ତ ମାଓ ନେତା ନିଜ ପ୍ରେମ କୁ ସଫଳ କରିବାକୁ ମଙ୍ଗଳବାର ଦିନ ଅନୁଗୋଳ ଏସ୍‌ପିଙ୍କ ନିକଟରେ  ଆତ୍ମସମର୍ପଣ କରିଛନ୍ତି। 
 ଝାଡଖଣ୍ଡ ରାଞ୍ଚି ଅଞ୍ଚଳର  ଦୁର୍ଦାନ୍ତ ମାଓନେତା ଛୋଟୁ ଗଞ୍ଜୁ(୨୮)  ଏବଂ  ଅନୁଗୋଳ ଜିଲା  ଟିକରପଡା ପଞ୍ଚାୟତ ମଝିପଡା ଗ୍ରାମର ଜଲି ଦେହୁରୀ(୧୮) ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଯାଇଥିଲେ ।

  ଛୋଟୁଙ୍କୁ ଧରିବା ପାଇଁ ସରକାର  ଙ୍କ ତରଫରୁ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା  କରାଯାଇଥିଲା , ତଥାପି ଛୋଟୁ କୁ ଧରିପାରିନଥିଲେ ସରକାର । କିନ୍ତୁ ଦୁହେଁ ପ୍ରେମରେ ପଡିଯିବା ଫଳରେ ମାଓ  ସଂଗଠନ ଏମାନଙ୍କ ପ୍ରେମକୁ ଗ୍ରହଣ କରିପାରିନଥିଲା ଏବଂ ଏମାନଙ୍କୁ  ବିରୋଧ କରିଥିଲା।  ଫଳରେ ଦୁହେଁ  ନିଜ ପ୍ରେମ କୁ ବଞ୍ଚାଇବାକୁ ଆତ୍ମ ସମର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *