ଶ୍ରମିକ ଏକତା ମଞ୍ଚ ତରଫରୁ ବିଶାଳ ରାଲି କରାଜାଇ  OHPC & OPTCL ଅଫିସ୍ ଘେରାଓ 

1.4.2015 ରୁ ମଜୁରୀ ନିର୍ଧାରଣ , Executive & Non Executive ମାନଙ୍କର ଦରମା ତାରତମ୍ୟ ର ସୁଧାର ,ଚାକିରୀ ସର୍ତାବଳୀ ,ଟେକ୍ନିକାଲ & adminstrative କର୍ମଚାରୀ ଙ୍କୁ ସଠିକ ଗ୍ରେଡ଼ ରେ ଥଇଥାନ , ଫ୍ରାଞ୍ଚାଇଜ ଏବଂ ଆଉଟଷୋର୍ସ କର୍ମଚାରୀ ମାନଙ୍କର ଚାକିରୀ ସର୍ତାବଳୀ ଏବଂ ମଜୁରୀ ନିର୍ଧାରଣ ଦାବି ନେଇ  ଓସେଇବି ଶ୍ରମିକ ମହାସଂଘ ,ଓସେଇବି ଏମ୍ପ୍ଲୟୀଜ ଫେଡେରେସନ , ୱେଷ୍ଟର୍ନ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ  ଦ୍ୱାରା ଗଠିତ ଶ୍ରମିକ ଏକତା ମଞ୍ଚ ତରଫରୁ 18.4.2018 ଦିନ ବିରାଟ ଶ୍ରମିକ ସମାବେଶ  ଡକରା  ଦିଆଯାଇଥିଲା I 

ଆଜି  ହଜାର ହଜାର ସଂଖ୍ୟାରେ ବିଦ୍ୟୁତ କର୍ମଚାରୀ ଙ୍କ ଦ୍ୱାରା ଏକ ବିଶାଳ ରାଲି ଗ୍ରିଡ୍କୋ କଲୋନୀ ରୁ  ବାହାରି  OPTCL  ଅଫିସ ପର୍ଯ୍ୟନ୍ତ ଯାଇଥିଲା  I 

ଏବଂ OHPC ର  MD   , OPTCL ର  MD , ଶକ୍ତି ସଚିବ  ଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲା I ଆଗାମୀ ଦିନରେ ଦାବି ଗୁଡିକୁ ଯଥା ସମ୍ଭବ ପୁଙ୍ଖାନୁପୁଙ୍ଖ ବିଚାର କରାଯାଇ  ବିହିତ ପଦକ୍ଷେପ ନିଆଯିବା ନେଇ  ବିଭାଗୀୟ କର୍ତ୍ତୃପକ୍ଷ ପ୍ରତିଶୃତି ଦେଇଥିଲେ I 

ଓଡିଶା ଉପଭୋକ୍ତା ମହାସଂଘ ସଭାପତି  ରମେଶ ଶତପଥି ଙ୍କ ନେତୃତ୍ୱ ରେ ଓସେଇବି ଏମ୍ପ୍ଲୟୀଜ ଫେଡେରେସନ  ତରଫରୁ ଯତୀନ୍ଦ୍ର ରାୟ ,ଓସେଇବି ଶ୍ରମିକ ମହାସଂଘ ତରଫରୁ ସଂଜୀବ ପ୍ରସାଦ ବେହେରା 

,  ୱେଷ୍ଟର୍ନ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ ତରଫରୁ ଲଳିତ କୁମାର ପଟନାୟକ , ପ୍ରଣୟ କୁମାର ନାୟକ , ଓଡିଶା ରାଜ୍ୟ ବିଦ୍ୟୁତ କର୍ମଚାରୀ ସଂଘ ତରଫରୁ ପ୍ରଶାନ୍ତ ମହାପାତ୍ର , ପ୍ରମୁଖ ବିଶାଳ ରାଲି କୁ  ତ୍ୱରାନ୍ୱିତ କରିଥିଲେ  I

Leave a Reply

Your email address will not be published. Required fields are marked *