​ବୈଜୟନ୍ତଙ୍କ ଭିତରେ ନବୀନଙ୍କ ବିକଳ୍ପ ଦେଖିପାରୁଛି କି ବିଜେଡି?କ’ଣ ବୈଜୟନ୍ତଙ୍କୁ ନେଇ ମୁଖ୍ୟମନ୍ତ୍ରୀ ଭୟଭୀତ!

ଭୁବନେଶ୍ୱର(ଦେବଦତ୍ତ ରଥ):ନବୀନଙ୍କର ବିକଳ୍ପ କିଏ?କ’ଣ ନବୀନଙ୍କ କେହି ବିକଳ୍ପ ନାହାଁନ୍ତି?ବିରୋଧୀ ଦଳ ନିଜ ନେତାଙ୍କୁ ନବୀନଙ୍କର ବିକଳ୍ପ ଭାବରେ ଦର୍ଶାଉଥିଲେ ମଧ୍ୟ ବିଜେଡି ଏହାକୁ ଗୁରୁତ୍ୱ ଦେଉନି।ନବୀନଙ୍କର ଆଉ କେହି ବିକଳ୍ପ ନାହାଁନ୍ତି।ନବୀନ ଅଦୂତୀୟ ବୋଲି ବିଜେଡି ନେତା ମାନେ କହି ବୁଲୁଛନ୍ତି।

   ବାସ୍ତବରେ ଦୀର୍ଘ ଦୁଇ ଦଶନ୍ଧି ଧରି ନବୀନ ହିଁ ଓଡ଼ିଶାର ଅପ୍ରତିଦ୍ୱନ୍ଦୀ ନେତା ଭାବରେ ରହି ଆସିଛନ୍ତି।ବିଜେପି ଏବଂ କଂଗ୍ରେସ ପକ୍ଷରୁ ନବୀନଙ୍କୁ ଯେତେ ସମାଲୋଚନା କରାଗଲେ ମଧ୍ୟ ସେ ଅଟଳ ରହିଛନ୍ତି।ବିରୋଧୀଙ୍କ ସମାଲୋଚନାକୁ ସେ ଏତେ ଗୁରୁତ୍ବହୀନ ମନେ କରୁଛନ୍ତି ଯେ ପ୍ରାୟ ସମାଲୋଚନର ଉତ୍ତର ଦେଉ ନାହାଁନ୍ତି।ବରଂ ଗୋଟେ ପରେ ଗୋଟେ ନିର୍ବାଚନ ଜିତୁଥିବା ବେଳେ ଏଣେ ବିଲୁପ୍ତ ହୋଇ ଯାଉଥିବା କଂଗ୍ରେସରୁ ଗୋଟେ ପରେ ଗୋଟେ ନେତାଙ୍କୁ ହାଇଜାକ କରିଦେଉଛନ୍ତି। ବିଜେଡି ନେତା ମାନେ ଏବଂ ନିଜେ ନବୀନ ପଟ୍ଟନାୟକ ନିଜକୁ ଏପରି ପ୍ରତୟମାନ କରୁଛନ୍ତି ଯେପରି ନବୀନ ଆଦୌ ବିଚଳିତ ନୁହଁ।କାରଣ ନବୀନଙ୍କର କେହି ବିକଳ୍ପ ନାହାଁନ୍ତି।

   କିନ୍ତୁ ଏବେ କିଛି ଦିନ ହେଲା ଏକ ଘଟଣା ଭିର୍ଣ୍ଣ ଅର୍ଥ ପରି ପ୍ରକାଶ କରୁଛି।ନବୀନ ଏବଂ ବିଜେଡି ଗୋଷ୍ଠୀ ଯେ ବିଚଳିତ,ଭୟଭୀତ ଏପରି ଜଣା ପଡ଼ୁଛି।ବଡ଼ କଥା ହେଲା ଏ ଭୟ କୌଣସି ବିରୋଧୀ ଦଳ ନେତାଙ୍କୁ ନେଇ ନୁହଁ ବରଂ ନିଜ ଦଳରୁ ନିଲମ୍ବିତ ନେତା ବୈଜୟନ୍ତ ପଣ୍ଡାଙ୍କୁ ନେଇ।

   ଯାହା କଥା ବେଶୀ ଆଲୋଚନା କରାଯାଏ,ଯାହାକୁ ବେଶୀ ବିରୋଧ କରାଯାଏ ବାସ୍ତବରେ ତା ପ୍ରତି ହିଁ ଅଧିକ ଭୟ ଥାଏ।ନବୀନ ଏବଂ ବିଜେଡି ପକ୍ଷରୁ ଏଇ କିଛି ଦିନ ହେଲା ବିରୋଧୀ ଦଳ ନେତାଙ୍କୁ ଯେତିକି ଟାର୍ଗେଟ କରାଯାଉନି ଅଧିକ ଟାର୍ଗେଟ କରାଯାଉଛି ବୈଜୟନ୍ତ ପଣ୍ଡାଙ୍କୁ।ଦଳରୁ ନିଲମ୍ବନ, ନିଲମ୍ବନ ପରେ ବହିଷ୍କାର ଦାବି,ତରବରିଆ ତଥା ଜୋର ଜବରଦସ୍ତ ପାଣି ଟାଙ୍କି ଉଦ୍ଘାଟନ,ବୈଜୟନ୍ତଙ୍କୁ ଓଟିଭି ସହ ଯୋଡି ଉଭୟଙ୍କ ବିରୋଧରେ ଅଭିଯୋଗ,ଓଟିଭି ଆଲୋଚନା କାର୍ଯ୍ୟକର୍ମକୁ ବୟକଟ,ମେକ୍ ଇନ ଓଡିଶାରୁ ଓହରିବା ଘଟଣା ନେଇ ଜଗି ମଗତ ପଣ୍ଡାଙ୍କୁ ଆକ୍ଷେପ ଆଦି ପରି ଗୋଟେ ପରେ ଗୋଟେ ଘଟଣା ଏବେ ଲଗାତାର ଦେଖିବାକୁ ମିଳୁଛି।ଏପରିକି ବିଜେପି ପକ୍ଷରୁ ପାଣ୍ଡିଆନଙ୍କ ଘର ଉପରେ ହୋଇଥିବା ଗୋବର ମାଡ଼ ଘଟଣାରେ ବୈଜୟନ୍ତଙ୍କ ନାଁ ଉଠାଇଥିଲା ବିଜେଡି।

   ରାଜନୀତି ଭିତରେ ବିରୋଧୀ ଦଳ ନେତାଙ୍କୁ ବିରୋଧ କରିବା ଠିକ୍।କିନ୍ତୁ ବିଜେଡି ଏବେ ବିରୋଧୀ ବିଜେପି କିମ୍ବା କଂଗ୍ରେସ ନେତାଙ୍କୁ ଯେତିକି ବିରୋଧ କରୁନି ଅଧିକ ଟାର୍ଗେଟ କରୁଛି ବୈଜୟନ୍ତ ପଣ୍ଡାଙ୍କୁ।

   ଏମିତିରେ ବୈଜୟନ୍ତଙ୍କର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ରହିଛି।ତେଣୁ ତାଙ୍କୁ ନିଲମ୍ବନ କରିବା ପରେ ତାଙ୍କୁ ନେଇ ଆଉ ଭୟଭୀତ ହୋଇ ପଡିଛି କି ବିଜେଡି? ବୈଜୟନ୍ତଙ୍କ ଭିତରେ ଆଉ ନବୀନଙ୍କ ବିକଳ୍ପ ଦେଖି ପାରୁଛି କି ବିଜେଡି?

   ଏବେ ଏପରି ଏକ ଘଟଣାରୁ ସେପରି କିଛି ଆଭାସ ମିଳୁଛି।ଏବେ ନିଜକୁ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ସଂଯୋଜକ କହୁଥିବା ଦେବାଶିଷ ମାଲିକ ବୈଜୟନ୍ତଙ୍କୁ ଟାର୍ଗେଟ କରିଛନ୍ତି।ବୈଜୟନ୍ତ ଦଳ ବିରୋଧୀ କାମ କରୁଥିବା ନେଇ ସେ ଅଭିଯୋଗ କରିଛନ୍ତି।ତେବେ ଏହି ସବୁ ଯୁକ୍ତି ଉପସ୍ଥାପନା କଲା ବେଳେ ଦେବାଶିଷ ମଲ୍ଲିକ ଯେପରି ବୈଜୟନ୍ତଙ୍କ ବିରୋଧରେ କହୁଛନ୍ତି ଏବଂ ନବୀନଙ୍କ ପାଇଁ,ପାଣ୍ଡିଆନଙ୍କୁ ଗୋବର ମାଡ଼ ଘଟଣାକୁ ନେଇ ଯୁକ୍ତି କରୁଛନ୍ତି,ବିଜେଡି ପାଇଁ ଚିନ୍ତା କରୁଛନ୍ତି,ସେଥିରୁ ପ୍ରଶ୍ନ ଉଠୁଛି ତେବେ ଏ ଦେବାଶିଷ ମଲ୍ଲିକ କାହାର ରାଜନୈତିକ ସଂଯୋଜକ ଥିଲେ?ବୈଜୟନ୍ତଙ୍କର ନାଁ ନବୀନଙ୍କର ନାଁ ପାଣ୍ଡିଆନଙ୍କର?ବରଂ ଏଠି ସନ୍ଦେହ ହେଉଛି ବୈଜୟନ୍ତଙ୍କ ପ୍ରତି ଭୟଭୀତ ହୋଇ ଦେବାଶିଷଙ୍କୁ ବିଜେଡି ବ୍ୟବହାର କରିଛି।ଏବଂ ତେଣେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡି ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରିଛି।ତେଣୁ ଏହାର ଅର୍ଥ ବୈଜୟନ୍ତଙ୍କ ଭିତରେ ନବୀନଙ୍କ ବିକଳ୍ପ ବିଜେଡି ବୋଧେ କେଉଁଠି ନାଁ କେଉଁଠି ଦେଖି ପାରୁଛି।

Leave a Reply

Your email address will not be published. Required fields are marked *