ବିଦ୍ୟୁତ ବିଭାଗ ନେସ୍କୋ,ୱେସ୍କୋ,ସାଉଥକୋ,ସେସୁ  ରେ  ଖୁବ ଶୀଘ୍ର 600 ରୁ 800 ପଦବୀ ପୂରଣ ହେବ

ସରକାର ଙ୍କ  ଅବହେଳା ଯୋଗୁ ରାଜ୍ୟରେ ବିଦ୍ୟୁତ ବିଭାଗ ସମ୍ପୂର୍ଣ୍ଣ ଭାବରେ  ଭୁଶୁଡି ପଡିଛି I  ବିଦ୍ୟୁତ ବିଭାଗରେ ଆବଶ୍ୟକ ପରିମାଣରେ କର୍ମଚାରୀ ନଥିବାରୁ ଉପଭୋକ୍ତା ଙ୍କୁ ସଠିକ ଭାବରେ ବିଦ୍ୟୁତ ସେବା ଯୋଗାଇ ଦିଆଯାଇପାରୁନାହିଁ I ଯାହାକୁ ବିରୋଧ କରି 18.4.2018 ରେ ବିଦ୍ୟୁତ ଶ୍ରମିକ ଏକତା ମଂଚ ତରଫରୁ  ଅନ୍ୟାନ୍ୟ ଦାବି ସହିତ  ଫ୍ରାଞ୍ଚାଇଜ ରେ କାର୍ଯ୍ୟରତ ଠିକା କର୍ମଚାରୀ ଏବଂ Outsource ରେ କାର୍ଯ୍ୟରତ କର୍ମଚାରୀ ଙ୍କୁ ନିୟମିତ କରିବାକୁ   ମିଳିତ ମଞ୍ଚ ତରଫରୁ ଯତୀନ୍ଦ୍ର ରାୟ , ରମେଶ ଶତପଥୀ , ଲଳିତ ପଟନାୟକ  , ପ୍ରଣୟ କୁମାର ନାୟକ  ,ପ୍ରଶାନ୍ତ କୁମାର ମହାପାତ୍ର  ଙ୍କ ନେତୃତ୍ୱ ରେ  ଏକ ବିଶାଳ ରାଲି  ଗ୍ରିଡ୍କୋ କଲୋନୀ ରୁ ବାହାରି  OPTCL  CMD , ଶକ୍ତି ସଚିବ ଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲା I  


ଏନେଇ ରମେଶ ଶତପଥି ସୂଚନା ଦେଇଛନ୍ତି ଯେ  ବିଭାଗ ସେମାନଙ୍କ ଦାବିକୁ ଗୁରୁତର ଭାବରେ ନେଇଛି ଏବଂ  ବିଦ୍ୟୁତ ବିଭାଗ ନେସ୍କୋ , ୱେସ୍କୋ , ସାଉଥକୋ . ସେସୁ  ରେ  ଖୁବ ଶୀଘ୍ର 600 ରୁ 800 ପଦବୀ  ପୁରଣ ପାଇଁ  ପ୍ରକ୍ରିୟା ଚାଲିଛି  , ଏନେଇ OERC ରୁ  ଯଥାଶୀଘ୍ର APPROVAL ଆସିବ   ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି I  

 ନିଯୁକ୍ତି ରେ ଫ୍ରାଞ୍ଚାଇଜ  ଏବଂ Outsource ରେ କାର୍ଯ୍ୟରତ   କର୍ମଚାରୀ  ମାନଙ୍କର  ଦକ୍ଷତା , ଯୋଗ୍ୟତା , ଏବଂ କାର୍ଯ୍ୟଶୈଳୀ କୁ  ଅଗ୍ରାଧିକାର ଦିଆଯିବ I

Leave a Reply

Your email address will not be published. Required fields are marked *