ବେଆଇନ ହୁକ ପକାଇବା ସହିତ ଜେଇ ଙ୍କୁ ମାଡ ମାରି ଅଭିଯୁକ୍ତ ଗିରଫ

ଫେଡ଼କୋ ଜେଇ ଙ୍କୁ ଗାଳି ଗୁଲଜ ସହିତ ମାଡ ମାରିବା ମହାଙ୍ଗା ପଡିଛି  ଉପଭୋକ୍ତା ଙ୍କୁ I ଗତକାଲି ଡେଲାଙ୍ଗ ପୋଲିସ ଅଭିଯୁକ୍ତ କୁ ଗିରଫ କରି  ଜାମିନ ନାମଞ୍ଜୁର ହେବାରୁ  ହାଜତ କୁ ପଠାଇଦେଇଛି I  ମିଳିଥିବା ଖବର ଅନୁଯାଇ  ପୁରୀ ବିଦ୍ୟୁତ ଡିଭିଜନ ଅନ୍ତର୍ଗତ   ଡେଲାଙ୍ଗ ସବଡ଼ିଭିଜନ ରେ ଫେଡ଼କୋ କନିଷ୍ଠ ଯନ୍ତ୍ରୀ ମିଟୁ ରଞ୍ଜନ ସାମନ୍ତରାୟ , ସହଯୋଗୀ ଦିଲୀପ ଭୋଇ ଏବଂ ରଣଜିତ ଜେନା  ଙ୍କ ସହିତ ଗଡସାହି ରେ କଲେକ୍ସନ କରୁଥିବା ସମୟରେ ଗୌରହରି ମଲ୍ଲିକ ଙ୍କ ବିଦ୍ୟୁତ  ଉପରେ ନଜର ପଡିଥିଲା ,  ବିଦ୍ୟୁତ ଶୁକ୍ଳ ନଦେବାରୁ କିଛି ଦିନ  ପୂର୍ବରୁ   ତାଙ୍କ ବିଦ୍ୟୁତ ସଂଯୋଗ ବିଛିର୍ଣ୍ଣ କରାଯାଇଥିଲା କିନ୍ତୁ ଶ୍ରୀ ମଲ୍ଲିକ ବେଆଇନ ଭାବେ ହୁକ ପକାଇ ବିଦ୍ୟୁତ ଜାଳୁଥିଲେ , 

ଏନେଇ  ଜେଇ ତାଙ୍କୁ ବେଆଇନ ସଂଯୋଗ ସମ୍ପର୍କ ରେ ପଚାରିବାରୁ ଏବଂ ବେଆଇନ ସଂଯୋଗ କୁ ବିଛିର୍ଣ୍ଣ କରିବାକୁ ଉଦ୍ୟମ କରିବାରୁ ଶ୍ରୀ ମଲ୍ଲିକ  ଉତକ୍ଷିପ୍ତ ହୋଇ ଗାଳିଗୁଲଜ କରିଥିଲେ  ଏବଂ ଜେଇ ଙ୍କୁ    ଟଣା ଓଟରା କରିବା ସହିତ ଗଣ୍ଡଗୋଳ କରିଥିଲେ  ଏବଂ ଏକ ହତିଆର ଆଣି ଆକ୍ରମଣ କରିବାକୁ ଗୋଡ଼ାଇଥିଲେ   I  ଏନେଇ ଜେଇ ଶ୍ରୀ ସାମନ୍ତ  ଏବଂ ଏସଡ଼ିଏମ ଦେବାଶିଷ ପ୍ରଧାନ  ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ମଲ୍ଲିକ ଫେରାର ହେଇଯାଇଥିଲେ I ଆଜି କୌଣସି ସୂତ୍ରରୁ ପୋଲିସ ଖବର ପାଇ ଶ୍ରୀ ମଲ୍ଲିକ ଙ୍କ ଘରେ ଚଢ଼ାଉ କରି ତାଙ୍କୁ ଗିରଫ କରିଛି I ଏବଂ ଜାମିନ ନାମଞ୍ଜୁର ହେବାରୁ ହାଜତ କୁ ପଠାଇ ଦିଆଯାଇଛି I 

ଏନେଇ ଓଡିଶା Exclusive ତରଫରୁ ଶାଖାପରିଚାଳକ ଶ୍ରୀ ଅମୀୟ କୁମାର ବେହୁରା ଙ୍କ ମତାମତ ନେବାରେ ,ଶ୍ରୀ ବେହୁରା କହିଛନ୍ତି  ପୁରୀ ପୋଲିସ ର  ଏପରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଧନ୍ୟବାଦ ,  ସାଧାରଣ ଲୋକମାନଙ୍କୁ ଫେଡ଼କୋ ଏବଂ ସେସୁ ତରଫରୁ  ବିଦ୍ୟୁତ ଚୋରି ଏକ ଧର୍ତ୍ତବ୍ୟ ଅପରାଧ ବୋଲି  ବାରମ୍ବାର ସଚେତନ କରାଯାଉଥିଲେ ମଧ୍ୟ କିଛି ଲୋକ ବେଆଇନ ସଂଯୋଗ କରୁଛନ୍ତି I   ବେଆଇନ ସଂଯୋଗକାରୀ ଏବଂ ବିଦ୍ୟୁତ କର୍ମଚାରୀ ଙ୍କ ପ୍ରତି ଦୃବ୍ୟବହାର ,ଗଣ୍ଡଗୋଳ  କରୁଥିବା ବ୍ୟକ୍ତି ଙ୍କ ପ୍ରତି  ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ I

Leave a Reply

Your email address will not be published. Required fields are marked *