କଣ ହୁଏ ଯେବେ ପୂଜାରେ ନଡ଼ିଆ ପୋଚା ବା ଶୁଖିଲା ହେଇଥାଏ

ଯେ କୌଣସି ପୂଜାରେ ପ୍ରଥମେ ନଡ଼ିଆ ର ଆବଶ୍ୟକ ପଡିଥାଏ I ନଡ଼ିଆକୁ ମା ଲକ୍ଷ୍ମୀ  ଏବଂ ଗଣେଶ ଙ୍କ ଙ୍କ ପ୍ରିୟ ବୋଲି ଧରାଯାଏ I ସେଥିପାଇଁ ନଡ଼ିଆ କୁ ଶ୍ରୀଫଳ କୁହାଯାଏ I


 ବେଳେବେଳେ ପୂଜା ସମୟରେ ନଡ଼ିଆ ପୋଚା ପଡିଥାଏ , ଯାହାକୁ ନେଇ ଆମ ମନରେ ବହୁତ ଶଙ୍କା ଏବଂ ଦୁର୍ଚିନ୍ତା ବଢିଥାଏ I ସାଧାରଣ ତ ଆମ ମନରେ ଅନ୍ଧବିଶ୍ୱାସ ଥାଏ ଯେ ନଡ଼ିଆ ପୋଚା ପଡିଲେ ପ୍ରଭୁ ଙ୍କ କୃପା ମିଳିନଥାଏ ବା ଆମ ଦ୍ୱାରା ଯେଉଁଥିପାଇଁ ନଡ଼ିଆ ଦିଆଯାଇଥାଏ ସେ କାର୍ଯ୍ୟରେ ଅସଫଳ ହେବ I 

ନଡ଼ିଆ  ପୋଚା  ପଡିବା ଦ୍ୱାରା ଆମ ମନରେ ଥିବା ଅନ୍ଧବିଶ୍ୱାସ ଯୋଗୁ ଆମେ ସବୁବେଳେ ଅସଫଳ ହେବ ବୋଲି ଭାବୁଥାଉ , ବାରମ୍ବାର ସେ କଥା ଭାବିବା ଦ୍ୱାରା , ସେ କାର୍ଯ୍ୟ ଉପରୁ ଆମ ନିଷ୍ଠା ,ଭରଷା ତୁଟିଯାଏ ଯାହାଫଳରେ ସଫଳ କାର୍ଯ୍ୟ ଅସଫଳ ହେଇଥାଏ I  ସବୁରି ମୂଳରେ ହେଉଛି ଆମ ବିଶ୍ୱାସ I ପ୍ରକୃତରେ ନଡ଼ିଆ ପୋଚା ପଡିବା ଦ୍ୱାରା  ସ୍ୱୟଂ ପ୍ରଭୁ ଏହାକୁ ଗ୍ରହଣ କରିଥାନ୍ତି , ଯାହାଫଳରେ ଏହା ପୋଚା  ବା ଶୁଖିଲା ହେଇଯାଏ , ଅନ୍ୟ କାମରେ ଲାଗେନାହିଁ I 

ତେଣୁ ଯଦି ପୂଜା ସମୟରେ ଆପଣଙ୍କ ନଡ଼ିଆ ପୋଚା  ବା ଶୁଖିଲା ପଡେ , ଖୁଶି ହୁଅନ୍ତୁ ଯେ ଆପଣଙ୍କ କାର୍ଯ୍ୟ ସଫଳ ହେବ ,ଏବଂ ନିଷ୍ଠା , ଵିଶ୍ଵାସ ସହିତ ସେହି କାମ କରନ୍ତୁ , ଦେଖିବେ ନିର୍ଚିନ୍ତ ସଫଳ ହେବେ I 

ଯଦି ନଡ଼ିଆ ଭଲ ପଡେ ତେବେ ପାଖରେ ଥିବା ଛୋଟ ପିଲା କିମ୍ବା ଗରିବ ଲୋକଙ୍କୁ ବାଣ୍ଟି ଦିଅନ୍ତୁ , ଭଗବାନ ପ୍ରସନ୍ନ ହେବେ I

Leave a Reply

Your email address will not be published. Required fields are marked *