ସ୍ମାର୍ଟସିଟି  ଭୁବନେଶ୍ୱର ରେ  ସ୍ମାର୍ଟ  ଲେଡି ଲୁଟେରା

ସାବଧାନ.. ରାଜଧାନୀରେ  ଭୁବନେଶ୍ୱର ରେ ମାତିଛନ୍ତି ଲେଡି ଲୁଟେରା…I ଭିଡର ଫାଇଦା ନେଇ ଗହଣା ଦୋକାନରୁ ହରି ଲୁଟ କରି ନେଇ ଚାଲିଯାଉଛନ୍ତି I   ଗତ ଅଖୟ ତୃତୀୟା ରେ ପ୍ରବଳ ଭିଡ ର ଫାଇଦା ନେଇ  ଭୁବନେଶ୍ୱର ସାମନ୍ତରାପୁର ଛକ ରେ ଥିବା  ଗହଣା ଦୋକାନରେ  ତିନିଜଣ ମହିଳା ଗ୍ରାହକ ସାଜି ପହଂଚି , ସେଲସ ମ୍ୟାନ କୁ   ସୁନା ଚେନ୍ ଦେଖାଇବାକୁ କହି ହାତ ସଫେଇ କରି   ଦୁଇଟି ସୁନା ଚେନ୍  ଲୁଟିନେଇଥିଲେ ଏବଂ ଗହଣା ପସନ୍ଦ ହେଉନି କହି ଚାଲିଯାଇଥିଲେ I  ସେଲସ ମ୍ୟାନ ଏହାକୁ ଜାଣିପାରିନଥିଲା କିନ୍ତୁ ପଛରେ ଚେକ କଲାବେଳକୁ ଦୁଇଟି ସୁନା ଚେନ୍ ନାହିଁ I ଏନେଇ ସିସି ଟିଭି ଚେକ୍ କଲାପରେ ମହିଳା ଙ୍କ ହାତସଫେଇ ଧରାପଡ଼ିଯାଇଥିଲା , ଏନେଇ ଗହଣା ଦୋକାନୀ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି I  ପୋଲିସ ପକ୍ଷରୁ ତଦନ୍ତ ଜାରିରହିଛି I

Leave a Reply

Your email address will not be published. Required fields are marked *