ଖଳନାୟକ ଗିରଫ :-ପାର୍ସଲ ବୋମା ବିସ୍ଫୋରଣ ଘଟଣା ର ନୂଆ ମୋଡ

ଗତ ଫେବ୍ରୁଆରି ମାସ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ରେ ନବବିବାହିତ ସୌମ୍ୟ ଏବଂ ତାଙ୍କ ବୁଢ଼ୀ ମା ଙ୍କ ଜୀବନ ଚାଲିଯାଇଥିଲା I ଘଟଣାର ଦୁଇମାସ ପରେ ଆଜି ଘଟଣାର ପର୍ଦାଫାଶ କରିଛି  କ୍ରାଇମ୍‌ବ୍ରାଞ୍ଚ  । ଘଟଣାର  ମୁଖ୍ୟ ଖଳନାୟକ ଭାବେ  ଅଧ୍ୟାପକ ପୁଞ୍ଜିଲାଲ ମେହେର  ଙ୍କୁ କୁହାଯାଉଛି I  ପୋଲିସ ତାଙ୍କ ଘରେ ଚଢ଼ାଉ କରିବା ସମୟରେ ତାଙ୍କ ଘରୁ ବହୁ ପରିମାଣରେ ବିସ୍ପୋରକ ଜବତ କରିବା ପରେ ଗିରଫ କରିଛି I ତେବେ ସମ୍ପୂର୍ଣ ରହସ୍ୟ ଜଣାପଡ଼ିନି I ଘଟଣାରୁ ଜଣାପଡିଛି ସୌମ୍ୟ ଙ୍କ ମା ଯେଉଁ  କଲେଜ ରେ  ଅଧ୍ୟକ୍ଷ  ଥିଲେ ସେହି କଲେଜ ରେ ପୁଞ୍ଜିଲାଲ ମେହେର  ଇଂରାଜୀ ଅଧ୍ୟାପକ ଥିଲେ I  ତେବେ ଅଧ୍ୟକ୍ଷ ପଦ ପାଇଁ ପୁଞ୍ଜିଲାଲ ଆଶାୟୀ ଥିଲେ ବୋଲି କୁହାଯାଉଛି I  ପୁଞ୍ଜିଲାଲ  ଙ୍କ ଗିରଫ ପରେ ତଦନ୍ତ ଜାରି ରହିଛି , ଖୁବ ଜଲ୍ଦି ଘଟଣାର ସମସ୍ତ ତଥ୍ୟ ପଦାକୁ ଆସିବ I

Leave a Reply

Your email address will not be published. Required fields are marked *