କାର ଭାଙ୍ଗି ଉସ୍ଵସୀ ଙ୍କ ସହ ଅସଦାଚରଣ କରିବାକୁ ଉଦ୍ୟମ

ଓଲିଉଡ଼ ର ଜଣା ସୁନା ଅଭିନେତ୍ରୀ ଉସ୍ଵସୀ ମିଶ୍ରଙ୍କୁ ହୋଇଛି ଅସଦାଚରଣ । ଇଷ୍ଟର୍ନ ବ୍ଲୁର ଯାତ୍ରା କରିବାକୁ ଯାଇଥିବାବେଳେ ଅନୁଗୁଳ ଜିଲ୍ଲା କଣିହାଁ ନିକଟରେ ତାଙ୍କୁ ଅସଦାଚରଣ ହୋଇଥିବା ବିଷୟରେ କଣିହାଁ ଥାନାରେ ସେ ଅଭିଯୋଗ କରିଛନ୍ତି ।

ଭୁବନେଶ୍ଵରରୁ କଣିହାଁକୁ ଯାଇଥିବାବେଳେ ସେଠାରେ ଇନ୍ଦ୍ରମଣି ସାହୁ ନାମକ ଜଣେ ଲୋକ ତାର ଦୁଇ ପୁଅଙ୍କୁ ସାଥିରେ ଧରି ଅଭିନେତ୍ରୀଙ୍କୁ ବହୁତ୍ ଖରାପ୍ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ଼ ମାରିଥଲେ ଓ ଉଷସୀଙ୍କ ଗାଡିକୁ ଭଙ୍ଗାରୁଜା କରିଥିଲେ । ଉନ୍ମତ ଇନ୍ଦ୍ରମଣି ସବୁ ସୀମା ପାର କରି ଷ୍ଟେଜ ଉପରକୁ ଉଠିଯାଇଥିଲା ଓ ଉଷସୀଙ୍କ ସହିତ ଅନ୍ୟ ଝିଅ କଳାକାର ମାନଙ୍କୁ ମଧ୍ୟ ଗାଳି ଗୁଲଜ କରୁଥିଲେ ।

ତେବେ ଉଷାସୀ ଏହି ଘଟଣାକୁ ସୋସିଆଲ ମିଡିଆରେ ଅପଲୋଡ଼ କରିବା ସହ ଲେଖିଛନ୍ତି ଯେ ଯେଉଁଠି ତାଙ୍କ ପରି ମିଡ଼ିଆ ଜାଣିଥିବା ଲୋକ ମଧ୍ୟ ସୁରକ୍ଷିତ ନୁହେଁ ସେଠି ସାଧାରଣ ଝିଅ ବୋହୂ ମାନେ କେତେ ସୁରକ୍ଷିତ?

ଏହି ଘଟଣା ଘଟିବାପରେ ଯାତ୍ରା କଳାକାରଙ୍କ ସୁରକ୍ଷାକୁ ନେଇ ବିଭିର୍ନ ମହଲରୁ ଭିର୍ଣ୍ଣ କଥା ଶୁଣିବାକୁ ମିଳୁଛି

Leave a Reply

Your email address will not be published. Required fields are marked *