ମିଳିତ ଶ୍ରମିକ ଏକତା ମଞ୍ଚ ର ବିଜୟ :  ବିଦ୍ୟୁତ ବିଭାଗରେ ଲାଗୁହେଲା ନୂଆ ଦରମା

1.4.2015 ରୁ ମଜୁରୀ ନିର୍ଧାରଣ , Executive & Non Executive ମାନଙ୍କର ଦରମା ତାରତମ୍ୟ ର ସୁଧାର ,ଚାକିରୀ ସର୍ତାବଳୀ ,ଟେକ୍ନିକାଲ & adminstrative କର୍ମଚାରୀ ଙ୍କୁ ସଠିକ ଗ୍ରେଡ଼ ରେ ଥଇଥାନ , ଫ୍ରାଞ୍ଚାଇଜ ଏବଂ ଆଉଟଷୋର୍ସ କର୍ମଚାରୀ ମାନଙ୍କର ଚାକିରୀ ସର୍ତାବଳୀ ଏବଂ ମଜୁରୀ ନିର୍ଧାରଣ ଦାବି ନେଇ  ଓସେଇବି ଶ୍ରମିକ ମହାସଂଘ ,ଓସେଇବି ଏମ୍ପ୍ଲୟୀଜ ଫେଡେରେସନ , ୱେଷ୍ଟର୍ନ ଓଡିଶା ବିଦ୍ୟୁତ ଶ୍ରମିକ ମହାସଂଘ  ଦ୍ୱାରା ଗଠିତ ଶ୍ରମିକ ଏକତା ମଞ୍ଚ ତରଫରୁ 18.4.2018 ଦିନ  ହଜାର ହଜାର ସଂଖ୍ୟାରେ ବିଦ୍ୟୁତ କର୍ମଚାରୀ ଙ୍କ ଦ୍ୱାରା ଏକ ବିଶାଳ ରାଲି ଗ୍ରିଡ୍କୋ କଲୋନୀ ରୁ  ବାହାରି  OPTCL  ଅଫିସ  ରେ CMD ଙ୍କୁ ସ୍ମାରକ ପତ୍ର ଦିଆଯାଇଥିଲା I 


ଏନେଇ  23 .4.2018 ରେ ଏକ ବୈଠକ ବସିଥିଲା I ବିଭାଗ ତରଫରୁ ଶ୍ରୀ Sri R K Senapati, Director (HRD) Sri R C Mishra CGM(F) Sri B K Sahoo (CGM -O&M) ,Sri N C Swain ,(CGM-Const), Sri H K Samantaray (CGM-IT) Ms Sanjukta Behera , Sri Niranjan Sahoo   ଏବଂ  ଏକତା ମଂଚ ତରଫରୁ  ଓସେଇବି ଶ୍ରମିକ ମହାସଂଘ ତରଫରୁ,  ରମେଶ ଶତପଥି , ପ୍ରଶାନ୍ତ ମହାପାତ୍ର , ସଂଜୀବ ପ୍ରସାଦ ବେହେରା  , ଓସେଇବି ଏମ୍ପ୍ଲୟୀଜ ଫେଡେରେସନ  ତରଫରୁ ଯତୀନ୍ଦ୍ର ରାୟ ,ସତ୍ୟବାଦୀ ବାଗ, wobsm ତରଫରୁ ଲଳିତ ପଟନାୟକ , ରଜନୀକାନ୍ତ ଆଚର୍ଯ୍ୟ ,ପ୍ରଣୟ କୁମାର ନାୟକ  ଯୋଗ ଦେଇଥିଲେ I  
ବୈଠକ ରେ ବହୁ ପ୍ରତୀକ୍ଷିତ  ୧.୪.୧୫ରୁ ଓପିଟିସିଏଲ ର  ମଜୁରୀନିର୍ଧାରଣ ର  ରାଜିନାମା ବା ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । 
1) ୧.୪.୧୫ରୁ  WAGE ରିଭିଜନ ନିଷ୍ପତି ହେଲା ଏବଂ ଏହା 2020 ଯାଏଁ ବଳବତ୍ତର ରହିବ 

2) ଏହାଦ୍ୱାରା ସର୍ବନିମ୍ନ ଦରମା 17200 ସ୍ଥିର ହେଲା ,  ଅତି କମ୍ ରେ ସର୍ବନିମ୍ନ  10000  ବୃଦ୍ଧି ପାଇଁ ନିଷ୍ପତି ହେଇଚି  I 

3) ଘରଭଡା , ମେଡିକାଲ ଆଲାଉନ୍ସ ଅପରିବର୍ତ୍ତିତ ରହିବ , 20 % ଏବଂ 5% Continue କରିବ I 

4) କନଭେୟାନ୍ସ ଆଲାଉନ୍ସ 600 ରୁ 800 କୁ ବୃଦ୍ଧି I 

5) ଏହା ଓପିଟିସିଏଲ   ରେ ହେଇଥିଲେ ମଧ୍ୟ ଏହାକୁ ଗାଇଡ଼ ଲାଇନ୍ ଭାବେ ନିଆଯାଇ ରାଜ୍ୟର ସମସ୍ତ ବଣ୍ଟନ  କମ୍ପାନୀ   ଏବଂ ଉତ୍ପାଦନ କ୍ଷେତ୍ର  ପାଇଁ ପୁନର୍ବାର ଆଲୋଚନା କରାଯାଇ ତ୍ରିପାକ୍ଷିକ ଆଲୋଚନା ରେ ସ୍ୱାକ୍ଷରିତ କରାଯିବ I 

6) ସ୍ୱାକ୍ଷରିତ  ପୂର୍ବରୁ ବିଦ୍ୟୁତ ବିଭାଗରେ  କର୍ମଚାରୀ ମାନଙ୍କର ଯେଉଁ ଅନାମୋଲି ବା ଦରମା ସଂକ୍ରାନ୍ତୀୟ ଅସଙ୍ଗତି ରହିଛି ତାହା ଉପରେ ଆଲୋଚନା କରାଯାଇ ସ୍ଥିର କରାଯିବ I 


7)    ଫ୍ରାଞ୍ଚାଇଜ ରେ କାର୍ଯ୍ୟରତ ଠିକା  କର୍ମଚାରୀ  ଏବଂ OUTSOURCE କର୍ମଚାରୀ ଙ୍କର 28.4.2018 ରେ ଚାକିରୀ ସର୍ତାବଳୀ , ସର୍ବନିମ୍ନ ଦରମା ସଂକ୍ରାନ୍ତୀୟ ଆଲୋଚନା କରାଯାଇ ନିଷ୍କର୍ଷ ବାହାରକରାଯିବ I   ଏହା ସହିତ ସଠିକ ଅନୁପାତରେ ଉପଯୁକ୍ତ କର୍ମଚାରୀ ନିଯୁକ୍ତି ପାଇଁ ଆଲୋଚନା କରାଯିବ I

Leave a Reply

Your email address will not be published. Required fields are marked *