ଚଳନ୍ତା ସିଟି ବସ୍ ରେ ଉଦ୍ଧତ ଯୁବକ କୁ  ଚପଲରେ ସେକିଲେ ଯୁବତୀ

ସିଟି ବସ୍ ରେ ସୁରକ୍ଷିତ ନୁହନ୍ତି ମହିଳା !!! ଗତକାଲି  ଏକ   ସିଟି ବସ୍‌ ମାଷ୍ଟରକ୍ୟାଣ୍ଟିନ୍‌ରୁ ନନ୍ଦନକାନନ ଯାଉଥିବା ସମୟରେ ଭୁବନେଶ୍ବର କଳିଙ୍ଗ ହସ୍ପିଟାଲ ଛକ ନିକଟରେ ଦେଖିବାକୁ ମିଳିଥିଲା ଏକ ଘଟଣା Iଭିଡ଼ର ସୁଯୋଗ ନେଇ ଯୁବତୀଙ୍କୁ  ଜଣେ ଯୁବକ ଅସଦାଚରଣ କରିଥିବା  ଅଭିଯୋଗ କରିଥିଲେ  ଜଣେ ଯୁବତୀ  ଏବଂ ଯୁବକ ଙ୍କ ସହିତ ଝଗଡା  କରିଥିଲେ I


 ଯୁବତୀ ଙ୍କ କହିବା ଅନୁଯାଇ  ଭିଡର ଫାଇଦା ନେଇ ଯୁବକ ଜଣକ ଯୁବତୀଙ୍କ ପ୍ରାଇଭେଟ ପାର୍ଟ କୁ  ପଛପଟୁ ଛୁଇଁଥିଲେ , ଯାହାଫଳରେ ଯୁବତୀ ଜଣକ ରାଗିଯାଇ ଯୁବକ କୁ ଗାଳିଗୁଲଜ କରିବା ବେଳେ ଯୁବତୀ ଜଣକ ତୁରନ୍ତ ବସ୍ ରୁ ଓଲ୍ହାଇଯିବାକୁ ଯୁବକକୁ କହିଥିଲେ , ନହେଲେ ଚପଲ ରେ ସେକିବେ ବୋଲି ଚେତାବନୀ ଦେଇଥିଲେ ହେଲେ ଯୁବକ ଜଣକ ଗାଲୁଆମୀ କରି କହିଥିଲେ ତୁ ଏତେ ଆଉ ଚପଲ ଦେଖାନି , କହୁ କହୁ ଯୁବତୀ ଜଣକ ଠୋ ଠୋ କରି ଚପଲ ରେ ସେକିଦେଇଥିଲେ ଯୁବକ ଜଣଙ୍କୁ I ଘଟଣା ଟି ଗତକାଲି ର ହେଇଥିଲେ ମଧ୍ୟ ଆଜି ସୋସିଆଲ ମିଡିଆରେ ଭାଇରଲ ହେଇଚି I

Leave a Reply

Your email address will not be published. Required fields are marked *