ଶ୍ରୀ ମନ୍ଦିର ରଥ କାଠରେ ମୁଣ୍ଡିଆ ମାରୁ ମାରୁ ଚାଲିଗଲା ଜୀବନ

କୁହାଯାଏ କାଳିଆ ର ଲୀଳା  ବଡ ବିଚିତ୍ର , ତା ଲୀଳା କୁ ବୁଝିବା ଏତେ ସହଜ ନୁହେଁ I ଗତକାଲି ଜଣେ ଶ୍ରଦ୍ଧାଳୁ ଭକ୍ତ  ପୁରୀ ରଥକାଠ ଉପରେ ଜଗାକୁ  ମୁଣ୍ଡିଆ ମାରୁ ମାରୁ ଚାଲିଯାଇଛି ଜୀବନ I ପ୍ରଥମ ଥର ପାଇଁ ଏମିତି ଏକ ଘଟଣା ଘଟିଥିବାରୁ ସ୍ଥାନୀୟ ମହଲା ରେ ଚର୍ଚା ଚାଲିଛି ଯେ ଭକ୍ତ ଜଣକ ସ୍ୱୟଂ ମୁକ୍ତି ପାଇଗଲେ , ଏହା ତାଙ୍କର ଅତ୍ୟନ୍ତ ସୌଭାଗ୍ୟ I 

 ଖବର ଅନୁଯାଇ ଗତକାଲି ଅପରାହ୍ନ ରେ ଜଣେ ରେ ବୃଦ୍ଧ  ରଥ କାମ ଦେଖୁଥିଲେ , ତେବେ ବୃଦ୍ଧ ଜଣକ ହଠାତ୍‌ ରଥକାଠ ଉପରକୁ ଉଠିଯାଇ  ମୁଣ୍ଡିଆ ମାରିବା  ପରେ ସେହିଠାରୁ ଉଠିନଥିଲେ I ଏନେଇ  ସ୍ଥାନୀୟ ଲୋକେ ସନ୍ଦେହ କରି ପୋଲିସକୁ ଖବର  ଦେବାରୁ ପୋଲିସ ଘଟଣା ସ୍ଥଳରେ ପହଂଚି ଯାଞ୍ଚ କରିବାରୁ ଜଣା ପଡିଥିଲା ଯେ ବୃଦ୍ଧ ଜଣକ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି I ପୋଲିସ  ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ  ପଠାଇଦେଇଛି ।

Leave a Reply

Your email address will not be published. Required fields are marked *