ଖୋଲିଲା ରତ୍ନ ଭଣ୍ଡାର ର ରତ୍ନ ତାଲିକା , ଜାଣନ୍ତୁ ଜଗାର  କେତେ ରହିଛି ସୁନା ରୁପା

ବିଧାନସଭାରେ ଆଇନମନ୍ତ୍ରୀ ପ୍ରତାପ ଜେନା  ଶ୍ରୀମନ୍ଦିର ରତ୍ନଭଣ୍ଡାର ରେ କେତେ ପରିମାଣରେ ରତ୍ନ ଅଛି ତାହାର ହିସାବ ଦେଇଛନ୍ତି I ମିଳିଥିବା ସୂଚନା ଅନୁଯାଇ ଶ୍ରୀମନ୍ଦିର ପରିଚାଳନା କମିଟିଙ୍କ ଦ୍ୱାରା ୧୯୭୮ ମସିହାରେ  ଯେଉଁ ହିସାବ କରାଯାଇଥିଲା ତାହାର ତାଲିକା ପ୍ରକାଶ କରାଯାଇଛି I  ତେବେ ଏହା ମାତ୍ର ଦୁଇଟି ଭଣ୍ଡାର ର ହିସାବ ଏପର୍ୟ୍ୟନ୍ତ ରତ୍ନ ଭଣ୍ଡାରର ତୃତୀୟ ଓ ଚତୁର୍ଥ ଘର ଖୋଲା ଯାଇ  ପାରିନାହିଁ I 

ସୂଚନାନୁଯାୟୀ  ରତ୍ନଭଣ୍ଡାରରେ  ୧୨ ହଜାର ୮୩୧ ଭରି  ସୁନା ଅଳଙ୍କାର  ଏବଂ   ୨୨ ହଜାର ୧୫୩ ଭରି ରୁପା ଅଳଙ୍କାର ରହିଛି । ଏବଂ କିଛି କାରଣ ପାଇଁ ୧୪ ଗୋଟି ସୁନା ଓ ରୂପା ଜିନିଷ ଓଜନ  କରାଯାଇପାରିନାହିଁ  । ରତ୍ନ ଭଣ୍ଡାରର ତୃତୀୟ ଓ ଚତୁର୍ଥ ଘର  ଘରେ ବହୁ ପରିମାଣରେ  ଜଗାର ହୀରା ଲୀଳା ମୋତି ମାଣିକ ରହିଛି ବୋଲି ଅନୁମାନ କରାଯାଏ

Leave a Reply

Your email address will not be published. Required fields are marked *