​ସାଲେପୁର ପିଡ଼ୀତାଙ୍କ ପାଇଁ ଆଜି ସବୁ ସଦର ମହକୁମାରେ କ୍ୟାଣ୍ଡେଲ ଯାତ୍ରା

ଭୁବନେଶ୍ୱର(ଦେବଦତ୍ତ ରଥ): ସାଲେପୁର ପିଡୀତାଙ୍କ ଉଦ୍ଦେଶ୍ୟରେ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସୋମବାର ସନ୍ଧ୍ୟାରେ ଭୁବନେଶ୍ୱରରେ ଏକ କ୍ୟାଣ୍ଡେଲ ଯାତ୍ରା ଆୟୋଜିତ ହୋଇ ଯାଇଛି।ଭୁବନେଶ୍ୱର ମହିଳା ମୋର୍ଚ୍ଚା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକର୍ମରେ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଭୁବବେଶ୍ୱର ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀ,ରାଜ୍ୟ ଉପସଭାପତି କାନନବାଳା ପଟ୍ଟନାୟକ, ରଶ୍ମିରେଖା ଦାସ,ରାଜ୍ୟ ସଂପାଦିକା ଦୀପ୍ତି ରେଖା ନାୟକ,ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ଉପ ସଭାପତି ଶଶୀପ୍ରଭା ରଥ,ଛବି ସ୍ୱାଇଁ,ଅନୁସୟା ସାହୁ,ସମ୍ପାଦିକା ବନ୍ଦନା ଦାସ କାନୁନଗୋ,ଜ୍ୟୋସ୍ନା ମର୍ଦ୍ଧରାଜ,ନିଲୁ ଜେନା,ମାନସୀ ରାୟ,ସୁନିତା ପତି, ରତ୍ନ ମଞ୍ଜରୀଙ୍କ ସମେତ ଶତାଧିକ ମହିଳା ଯୋଗ ଦେଇଥିଲେ।ଶୋଭାଯାତ୍ରା ସମେତ ମହିଳା ମାନେ ପିଡ଼ୀତାଙ୍କ ଆତ୍ମାର ସଦଗତି ନିମନ୍ତେ ରାସ୍ତା ଉପରେ କ୍ୟାଣ୍ଡଲ ଜାଳି ବସି ରହିଥିଲେ।ସେହିପରି ବାଲେଶ୍ୱର ଠାରେ ମଧ୍ୟ ଜିଲ୍ଲା ସଭାନେତ୍ରୀ କମଳା ବିନୋଦିନୀଙ୍କ ନେତୃତ୍ୱରେ ଏବଂ ଢେଙ୍କାନାଳଠାରେ ମହିଳା ମୋର୍ଚ୍ଚା ସଭାନେତ୍ରୀ ନିରୋଜ ନଳିନୀ ମହାଳିକଙ୍କ ନେତୃତ୍ୱରେ ମହିଳା ମାନେ କ୍ୟାଣ୍ଡଲ ଯାତ୍ରା କରିଥିଲେ।

   ସୋମବାର ସକାଳେ ଭୁବନେଶ୍ୱର ଏବଂ କଟକରେ ପୃଥକ ପୃଥକ ଭାବରେ ଏନେଇ ବିଜେପି ପକ୍ଷରୁ ନବୀନ ପଟ୍ଟନାୟକଙ୍କର କୁଶପୁତ୍ତଳିକା ଦାହ କରା ଯାଇଥିଲା।ଏବଂ କାଲି ମଧ୍ୟ ରାଜ୍ୟ ଉପ ସଭାପତି ସମୀର ମହାନ୍ତି,ଯୁବ ମୋର୍ଚ୍ଚା ରାଷ୍ଟ୍ରୀୟ ସଂପାଦକ ଠାକୁର ରଞ୍ଜିତ ସିଂ,ପ୍ରବକ୍ତା ପିତାମ୍ବର ଆଚାର୍ଯ୍ୟ,ସୁରମା ପାଢ଼ୀ,ମହିଳା ମୋର୍ଚ୍ଚା ଉପ ସଭାପତି ସ୍ମୃତି ପଟ୍ଟନାୟକ,ପିଙ୍କି ପ୍ରଧାନ,ପ୍ରବକ୍ତା ଡଃ: ଲେଖାଶ୍ରୀ ସାମନ୍ତ ସିଂହାର ଆଦିଙ୍କର ଏକ ପ୍ରତିନିଧି ଦଳ ଦୁଷ୍କର୍ମ ପିଡ଼ୀତାଙ୍କ ପରିବାରକୁ ସାକ୍ଷାତ କରିବାକୁ ସାଲେପୁର ଯାଇଥିଲେ।ଆଜି ରାଜ୍ୟର ସବୁ ଜିଲ୍ଲାର ସଦର ମହକୁମାରେ କ୍ୟାଣ୍ଡେଲ ଯାତ୍ରା ହେବ ବୋଲି ଜଣା ପଡ଼ିଛି।

Leave a Reply

Your email address will not be published. Required fields are marked *